କନକ ବ୍ୟୁରୋ : ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଏତେଟା ଗରମ ଅନୁଭୂତ ହେବନି । ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱଭାବିକ୍ ଠାରୁ କମ ରହିବ । ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍କାରେ ଉଭୟ ଦିନ ଏବଂ ରାତିର ତାପମାତ୍ରା ସ୍ୱଭାବିକ୍ ଠାରୁ କମ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବାର ନାହିଁ । ଏହି ତିନି ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଯାହା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।
ଏବର୍ଷ ଓଡ଼ିଶାରେ କମ୍ ଖରା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ମାର୍ଚ୍ଚରୁ ମେ’ ମଧ୍ୟରେ ଉଭୟ ଦିନ ଓ ରାତିରେ ସ୍ୱାଭାବିକ ଠାରୁ କମ୍ ରହିପାରେ ତାପମାତ୍ରା ।
/kanak/media/post_attachments/wp-content/uploads/2022/03/summer.jpg)