ଆଶଙ୍କା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ । ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଲେ, ଆଉ ଅଗଷ୍ଟରେ ବର୍ଷାର ନାହିଁ ସମ୍ଭାବନା ।

625

କନକ ବ୍ୟୁରୋ : ଅଗଷ୍ଟରେ ଆଉ ନାହିଁ ବର୍ଷା । ରାଜ୍ୟରେ ଗଜା ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ଏଭଳି ଆଶଙ୍କା ଚିନ୍ତା ବଢାଇ ଦେଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କନକ ନ୍ୟୁଜକୁ ଫୋନେ ଯୋଗେ ସୂଚନା ଦେଇଛନ୍ତି, ଅଗଷ୍ଟ ଶେଷ ସପ୍ତାହରେ ଆଉ ବର୍ଷା ହେବାର ନାହିଁ ।

ଜୁନରୁ ଅଗଷ୍ଟ ମଧ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ ବର୍ଷା କମିଯାଇଛି । ସେଥିପାଇଁ ରାଜ୍ୟର ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଛି । ଏହାର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ତାଙ୍କ କହିବା ହେଲା ଅଗଷ୍ଟରେ ୪ରୁ ୫ଟି ଲଘୁଚାପ ସୃଷ୍ଟି ହେଉଥିବା ବେଳେ ଚଳିତ ଥର ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଛି । ଏବଂ ତା ଭିତରୁ ଗୋଟିଏ ବାଂଲାଦେଶ ମୁହାଁ ହୋଇଛି । ତେଣୁ ଚଳିତ ମାସରେ ଆଉ ବର୍ଷାର ହେବାର ସମ୍ଭାବନା ନାହିଁ ।