‘ଗୁଲାବ’ର ଗତିପଥ କେଉଁଆଡେ? ପଢନ୍ତୁ କଣ କହୁଛନ୍ତି ଆଇଏମଡି ଡିଜି…

303

କନକ ବ୍ୟୁରୋ: ବାତ୍ୟା ନେଇ ଆଇଏମଡି ଡିଜିଙ୍କ ତାଜା ସୂଚନା । ସାଇକ୍ଲୋନିକ ଷ୍ଟର୍ମ ରୂପରେ ଉପକୂଳ ଅତିକ୍ରମ କରିବ ବାତ୍ୟା ଗୁଲାବ । କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ବାତ୍ୟା । ବାତ୍ୟାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ପବନର ବେଗ ଧିରେଧିରେ ବଢୁଛି, ବର୍ଷା ଆରମ୍ଭ ହୋଇଛି । ପବନର ବେଗ ବଢି ୭୫ରୁ ୮୫ ଯାଏଁ ରହିବ ।

ତେବେ ବତ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ବେଗ ଅଧିକ ରହିବ । ବାତ୍ୟା ଲ୍ୟାଣ୍ଡଫଲ ସହ ପଶ୍ଚିମ-ଉତ୍ତର ପଶ୍ଚିମ ଗତି କରି ଦୁର୍ବଳ ହେବ । ଆନ୍ଧ୍ରପ୍ରଦେଶର ୩ ଓ ଓଡିଶାର ୨ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡିପାରେ ବୋଲି ଆଇଏମଡି ଡିଜି କହିଛନ୍ତି ।