କନକ ବ୍ୟୁରୋ : ସାମୀରେ ଏମିତି ହେଉଛି ଆତଙ୍କବାଦୀଙ୍କ ଅନୁପ୍ରବେଶ । ପିଓକେରୁ ଏମିତି ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଲାଣ କରାଯାଉଛି । ଆତଙ୍କବାଦୀଙ୍କ ଏହି ଷଡଯନ୍ତ୍ରର ଚିତ୍ର କଏଦ ହୋଇଛି କ୍ୟାମେରାରେ । ଭାରତୀୟ ସେନା ଏହି ଚିତ୍ରକୁ ସୀମାନ୍ତ କେରନ୍ ସେକ୍ଟରରୁ ରେକର୍ଡ କରିଛି ।
ଭିଡିଓରେ ଦେଖିବାକୁ ମିଳିଛି ୨ରୁ ୩ ଜଣ ଆତଙ୍କବାଦୀ କିଛି ସାମଗ୍ରୀ କ୍ରିଷ୍ଣା ଗଙ୍ଗା ନଦୀ କୂଳରେ ପହଁଚାଉଛନ୍ତି । ଯେଉଁ ଅଂଚଳରୁ ଆତଙ୍କବାଦୀ ସାମଗ୍ରୀ ଆଣୁଛନ୍ତି ତାହା ହେଉଛି ପାକିସ୍ତାନ କବଜାରେ ଥିବା ପିଓକେ ଅଂଚଳ । ଏନଦୀ କୂଳକୁ ଏକ ରଶି ଜରିଆରେ ଏହି ସାମଗ୍ରୀକୁ ବାନ୍ଧି ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ ହେଉଥିଲା ।
ସେନା ଏହି ଷଡ ଯନ୍ତ୍ରକୁ ଜାଣିବା ମାତ୍ରେ ବର୍ଡର ପାଟ୍ରୋଲିଂ ଟିମ୍ ଚଢାଉ କରିଥିଲା । ଭାରତୀୟ ସେନାକୁ ଦେଖି ଖସି ଯାଇଥିଲେ ଆତଙ୍କୀ । ବିପୁଳ ମାତ୍ରାରେ ବନ୍ଧୁକ , ଗୁଳିଗୋଳା , ମାଗାଜିନ୍ ଜବତ ହୋଇଥିଲା । ଏହି ଅପରେସନ୍ ସହିତ ପିଓକେରୁ ଅସ୍ତ୍ରଶସ୍ତ୍ର ଚାଲାଣ ଫେଲ୍ ମାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/29-5.jpg)