ଏୟାରପୋର୍ଟ ବାହାରେ ବିସ୍ଫୋରଣ : କେମିତି ପ୍ରାଣ ବିକଳରେ ଦୌଡୁ ଥିଲେ ଲୋକେ; ଟ୍ୱିଟ କଲେ ଆଖିରେ ଦେଖିଥିବା ବ୍ୟକ୍ତି

149

କନକ ବ୍ୟୁରୋ : ଆଫଗାନିସ୍ଥାନର ମୁଖ୍ୟ କାବୁଲ ବିମାନ ବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟର ଏକ ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟରେ ଶହ ଶହ ଲୋକ ଜୀବନ ବଂଚାଇ ଦୌଡୁଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ଏଠିକାର ସ୍ଥତିିକୁ ଆପଣ ସହଜରେ ଅନୁମାନ କରିପାରିବେ । ଦେଶ ଛାଡି ଚାଲିଯିବା ପାଇଁ ଏମାନେ ବିମାନବନ୍ଦର ନିକଟରେ ଭିଡ ଲଗାଇଥିଲେ ।

କିନ୍ତୁ ସେହି ଭଳି ଭିଡ ଥିବା ସମୟରେ ବୋମା ବିଷ୍ଫୋରଣ ହୋଇଗଲା । ଏକ ଘଣ୍ଟା ଭିତରେ ଦୁଇ ଦୁଇଟି ବୋମା ଆଫଗାନିସ୍ଥାନକୁୁ ଦୋହଲାଇ ଦେଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ୯୦ ଜଣଙ୍କ ମୃତ୍ୟୁ ହେବା ସହ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆହୁରୀ ବଢିପାରେ । ଏତେ ବିପଦ ସତେ ବି ଲୋକେ ବିମାନ ବନ୍ଦରକୁ ଯାଇ ଦେଶ ଛାଡିବା ପାଇଁ ସୁଯୋଗ ଖୋଜୁଛନ୍ତି ।