କନକ ବ୍ୟୁରୋ : ଆଫଗାନିସ୍ଥାନର ମୁଖ୍ୟ କାବୁଲ ବିମାନ ବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । କିନ୍ତୁ ଏହି ସମୟର ଏକ ଦୃଶ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୃଶ୍ୟରେ ଶହ ଶହ ଲୋକ ଜୀବନ ବଂଚାଇ ଦୌଡୁଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ଏଠିକାର ସ୍ଥତିିକୁ ଆପଣ ସହଜରେ ଅନୁମାନ କରିପାରିବେ । ଦେଶ ଛାଡି ଚାଲିଯିବା ପାଇଁ ଏମାନେ ବିମାନବନ୍ଦର ନିକଟରେ ଭିଡ ଲଗାଇଥିଲେ ।
କିନ୍ତୁ ସେହି ଭଳି ଭିଡ ଥିବା ସମୟରେ ବୋମା ବିଷ୍ଫୋରଣ ହୋଇଗଲା । ଏକ ଘଣ୍ଟା ଭିତରେ ଦୁଇ ଦୁଇଟି ବୋମା ଆଫଗାନିସ୍ଥାନକୁୁ ଦୋହଲାଇ ଦେଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ୯୦ ଜଣଙ୍କ ମୃତ୍ୟୁ ହେବା ସହ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆହୁରୀ ବଢିପାରେ । ଏତେ ବିପଦ ସତେ ବି ଲୋକେ ବିମାନ ବନ୍ଦରକୁ ଯାଇ ଦେଶ ଛାଡିବା ପାଇଁ ସୁଯୋଗ ଖୋଜୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/28-19.jpg)