ମେଡିକାଲ ଛାତ୍ରଙ୍କ ଆୟୁଷ ଟ୍ରେନିଂକୁ ଆଇଏମଏର ବିରୋଧ । ରାଷ୍ଟ୍ରୀୟ ଆୟୋଗଙ୍କ ନିକଟକୁ ଲେଖିଲା ଚିଠି

131

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ଙ୍କ ତରଫରୁ ମେଡିକାଲ ଛାତ୍ରଙ୍କ ଇଣ୍ଟର୍ନସିପ୍ କୁ ନେଇ ଜାରି କରାଯାଇଥିବା ଗାଇଡ ଲାଇନକୁ ବିରୋଧ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) । ଆଇଏମଏ ପକ୍ଷରୁ କୁହାଯାଇଛି କି ଆୟୁଷ ଓ ତାର ଶିକ୍ଷା ଏକ ବଡ କୋର୍ସ । ଗୋଟିଏ ସପ୍ତାହ ଇଣ୍ଟର୍ନସିପ୍ କରି ମେଡିକାଲ ଛାତ୍ର ଛାତ୍ରୀମାନେ କିଛି ବି ଶିକ୍ଷାଲାଭ କରିପାରିବେ ନାହିଁ । ଏହାସହ ଚିଠିଲେଖି ଏନଏମସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଶର୍ମା ଏହା ଉପରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରାଯାଇଛି ।

କହିରଖୁ କି ଡ୍ରାଫ୍ଟ ରେଗୁଲେସନ ଫର କମ୍ପଲସରୀ ରୋଟେଟିଙ୍ଗ ଇଣ୍ଟର୍ନସିପ୍ ମାଧ୍ୟମରେ ଏମବିବିଏସ ଛାତ୍ର ମାନଙ୍କୁ ଆୟୁଷ ଟ୍ରେନିଂ ନେବା ନେଇ କୁହାଯାଇଥିଲା । ଏହାକୁ ନେଇ ଆଇଏମଏ କହିଛି କି ଆଧୁନିକ ଚିକିତ୍ସାରେ ପ୍ରଶିକ୍ଷିତ ଇଣ୍ଟର୍ନ ପାଇଁ ଔଷଧର ଏହି ପ୍ରଣାଳୀକୁ ବୁଝିବା ବୁଦ୍ଧିମାନର କାମ ନୁହେଁ । ଏହାସହ ମେଡିକାଲ ଛାତ୍ରମାନେ ଗୋଟିଏ ସପ୍ତାହ ଆୟୁଷ ଟ୍ରେନିଂ ନେବାକୁ ଆଇଏମଏ ବିରୋଧ କରିଛି । ଆଇଏମଏ କହିଛି କି ଏହା ପ୍ରଥମରୁ ସ୍ଥାପନ କରାଯାଇଥିବା ମାନଦଣ୍ଡର ବିପରିତ ଓ ଅନାବଶ୍ୟକ ।

କହିରଖୁ କି ଡ୍ରାଫ୍ଟ ମୁତାବକ ଏମବିବିଏସ୍ ଛାତ୍ର ମାନଙ୍କୁ ସ୍ନାତକ ସମାପ୍ତି ପରେ ୧୨ ମାସ ମଧ୍ୟରେ ୧୭ ଟି ପୋଷ୍ଟିଂ ସମ୍ପୂର୍ଣ୍ଣ କରିବାକୁ ପଡିବ । ସେଥିମଧ୍ୟରୁ ୧୪ ଟି ବାଧ୍ୟତାମୂଳକ ଓ ୩ ଟି ଇଚ୍ଛାଧିନ । ଅନ୍ୟପଟେ ଭାରତୀୟ ଔଷଧ ପ୍ରଣାଳୀର ତାଲିମ ଇଚ୍ଛାଧିନ ରହିଛି ।