କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ମେ ୧୫ରୁ ୨୫ ପର୍ଯ୍ୟନ୍ତ ଥିଲା କରୋନା ପିକ୍ ; ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ଥିତିରେ ଆସିବ ସୁଧାର

192

କନକ ବ୍ୟୁରୋ : କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପ୍ରତିକ୍ରିୟା । ସାମ୍ଭବ୍ୟ ଥାର୍ଡ଼ ୱେଭ୍ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ ।

  • ପ୍ରଥମତଃ ହେଲା କୋଭିଡ଼ ନିୟମକୁ ମାନିବା
  • ଦ୍ୱିତୀୟଟି ହେଲା ଟିକାକରଣ
  • ତୃତୀୟରେ ଭାଇରସର ପରିବର୍ତ୍ତନ ରୁପ

ଏଥିରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବେ ।  ମେ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭରେ ଆମର ପିକ୍ ଥିଲା । ଏବେ ମେ ୨୫ରୁ କମିବା ଆରମ୍ଭ କରିଛି । ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ଜାଗାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ମୃତ୍ୟୁ ହାରରେ ଜାତୀୟ ସ୍ତରଠୁ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି ।

Comments are closed.