ଜୀବନ ଜୀଇଁବାକୁ ସଂଘର୍ଷ କରୁଛନ୍ତି ଯୁବକ । ଅସୁସ୍ଥ ଶଯ୍ୟାଶାୟୀ ହୋଇ ବି ସ୍ୱପ୍ନ ପୂରଣ କରିବା ଝୁଙ୍କରେ ଚାଲିଛି ପାଠପଢା

62

କନକ ବ୍ୟୁରୋ : ପିଲାଦିନରୁ ସ୍ୱପ୍ନ ଥିଲା ଅନେକ । ହେଲେ ବୟସ ବଢିବା ସହ ସ୍ୱପ୍ନ ସବୁ ମିଳେଇବାରେ ଲାଗିଛି । ଧର୍ମଶାଳା ବ୍ଲକ ପାଟପୁର ଗାଁର ପ୍ରଦୀପ ଦାସ । ପିଲାଦିନରୁ ପ୍ରଦୀପ ଭଲ ପଢିବା ସହିତ ଭବିଷ୍ୟତରେ ଜଣେ ଯନ୍ତ୍ରୀ ହେବାକୁ ଆଶା ରଖିଥିଲେ । ଅଭାବ ଭିତରେ ଟିଉସନ କରି ନିଜ ଖର୍ଚ୍ଚ ବି ତୁଲାଉଥିଲେ । ହେଲେ ସେଥିରେ ବି ଦଇବ ସାଧିଲା ଦାଉ । ଅସୁସ୍ଥତା ବଦଳାଇଦେଲା ତାଙ୍କ ଜୀବନର ଗତିପଥ । ଆଙ୍କୁଲାଇଜ ସ୍ପଣ୍ଡଲାଇଟିସ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଲେ ଯୁବକ ଜଣକ । ତାରି ଭିତରେ କୃତିତ୍ୱର ସହ ଏମସିଏରେ ଉତୀର୍ଣ୍ଣ ହୋଇଥିଲେ । ହେଲେ ତାପରେ ରୋଜଗାରିଆ ପୁଅ ସମ୍ପୁର୍ଣ୍ଣ ନିର୍ଭରଶୀଳ ହୋଇପଡିଛନ୍ତି । ପରିବାରର ଆଶା ଭରସା ପାଲଟିଥିବା ପ୍ରଦୀପ ଶଯ୍ୟାଶାୟୀ ଥିଲେ ବି ତାଙ୍କ ମନରେ ଥିବା ଝୁଙ୍କ୍ କମିନି ।

ଗୋଟି ପଟେ ପୁଅର ଅସୁସ୍ଥତା ଆଉ ଅନ୍ୟପଟେ ମନର ଦୃଢବଳ ଦେଖି ମାଆ ଆଖିରୁ ଶୁୁଖୁନି ଲୁହ । ପୁଅର େଓøଷଧ ପାଇଁ ପ୍ରତିମାସରେ ବହୁ ଅର୍ଥର ଆବଶ୍ୟକତା ପଡୁଛି । ଏତେ ସବୁ ପରେ ବି ପ୍ରଦୀପ ହାର ନମାନି ନିଜ ଗାଁ ପାଖରେ ଖୋଲିଛନ୍ତି ମୋ ସେବା କେନ୍ଦ୍ର । ପ୍ରତିଦିନ ପ୍ରଦୀପଙ୍କୁ ତାଙ୍କ ମ’ା ଏକ ଠେଲା ଗାଡିରେ ବସାଇ ତାଙ୍କର କର୍ମସ୍ଥଳକୁ ନେଇ ଯାଆନ୍ତି । ପ୍ରଦୀପ ସେହିଠାରେ ଅନଲାଇନ ମାଧ୍ୟମରେ ଲୋକଙ୍କର ବିଭିନ୍ନ କାମକରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ େଓøଷଧ ଖର୍ଚ ହୁଏ ବୋଲି କୁହନ୍ତି ତାଙ୍କ ମା’ ।

ଏତେସବୁ ସମସ୍ୟା ଆଉ କଷ୍ଟ ଭିତରେ ବି ପ୍ରଦୀପ ବଂଚିବାକୁ ସଂଘର୍ଷ କରିଆଗକୁ ବଢୁଛନ୍ତି । ତାଙ୍କର ସ୍ୱପ୍ନ ପୂରଣ କରିବାର ଝୁଙ୍କ ଅନ୍ୟମାନଙ୍କ ପାଇଁ ଉଦହାରଣ ପାଲଟିଛି ।