କନକ ବ୍ୟୁରୋ : ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିକୁ ଚୋରାରେ ଆସୁଛି ଆଳୁ ଗାଡ଼ି। ରାତି ଅଧରେ ଏହି ଆଳୁ ଟ୍ରକ୍ ଗୁଡ଼ିକୁ ଖାଲି କରାଯାଉଛି। ରାଜ୍ୟରେ ଏବେ ଆଳୁ ଶଙ୍କଟ ଜାରି ରହିଛି। ସରକାର ଉତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରୁଛନ୍ତି। ହେଲେ ଗ୍ରାହକଙ୍କ ପସନ୍ଦ ପଶ୍ଚିମବଙ୍ଗ ଆଳୁ। ତେଣୁ ବ୍ୟବସାୟୀ ପଶ୍ଚିମବଙ୍ଗ ଆଳୁ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ କଟକଣା ଥିଲେ ବି ଚୋରାରେ ରାତି ଅଧିଆ ଭୁବନେଶ୍ବର ଆଳୁ ଗଦିକୁ ଆଳୁ ଗାଡ଼ି ଆସୁଛି। ରାତି ପାଖାପାଖି ୨ଟା ୩୦ରେ ଏହି ସବୁ ଗାଡିରୁ ଆଳୁ ଖାଲି କରାଯାଉଛି।
ପଶ୍ଚିମବଙ୍ଗରୁ ଚୋରାରେ ଓଡିଶା ଆସୁଛି ଆଳୁ ଗାଡି । ରାତି ଅଧରେ ଆଇଗଣିଆ ଆଳୁ ଗଦିରେ ହେଉଛି ଖାଲି
/kanak/media/post_attachments/wp-content/uploads/2024/08/Screen-Shot-2024-08-11-at-8.54.15-AM.png)