କନକ ବ୍ୟୁରୋ: ଭିତରକନିକାରେ ଜଙ୍ଗଲ ଜମିରେ ତିଆରି ହୋଇଛି ହୋଟେଲ। ରାଜସ୍ୱ ବିଭାଗ ଓ ବନ ବିଭାଗ ଏହି ଘଟଣାର  ମିଳିତ ତଦନ୍ତ କରୁଛି। ସ୍ୱାଦ୍ ସମେତ ୬ଟି ହୋଟେଲ ସମ୍ପୂର୍ଣ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ସ୍ୱାଦ୍ ହୋଟେଲ ପଛରେ ଥିବା ପୋଖରୀ ମଧ୍ୟ ସରକାରୀ ଜମିରେ ରହିଥିବା ଜଣାପଡ଼ିଛି। ତିନି ମହଲା ଓ ଦୁଇ ମହଲା ହୋଟେଲ ବି ଜଙ୍ଗଲ ଜମିରେ ରହିଛି। ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମାପଚୁପ ଚାଲିଛି। ବାଙ୍କୁଆଳ ମୌଜା ସମସ୍ତ ପ୍ଲଟ ଓ ଜବରଦଖଲ ନେଇ ଚାଲିଛି ତଦନ୍ତ।

Advertisment