ଆସିକାରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍ ବାଣ ଜବତ : ନଳବଣ୍ଟା ଗାଁରୁ ଜଣେ ବ୍ୟବସାୟୀ ଗିରଫ, ୧୦ ଫେରାର

ଆସିକାରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍ ବାଣ ଜବତ : ନଳବଣ୍ଟା ଗାଁରୁ ଜଣେ ବ୍ୟବସାୟୀ ଗିରଫ, ୧୦ ଫେରାର

କନକ ବ୍ୟୁରୋ : ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ ।  ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଉପରେ ଅତର୍କିତ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ବେଳେ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣକୁ ପୋଲିସ ଜବତ କରିଛି ।

ଏହି ଘଟଣାରେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବ୍ୟବସାୟୀ ହୃଦାନନ୍ଦ ନାୟକ ଗିରଫ ହୋଇଛନ୍ତି  । ଏହା ସହ ୧୦ ଜଣ ଫେରାର ହୋଇଥିବା ଜଣାପଡ଼ିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମିଳିତ ଚଢ଼ାଉରେ ୫ ଟି ଟିମ କରି ବାଣ ପ୍ରସ୍ତୁତି ଓ ବିକ୍ରୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଫେରାର ହୋଇଥିବା ୧୦ ଜଣଙ୍କୁ ଧାିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe