କନକ ବ୍ୟୁରୋ : ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଜବତ । ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଉପରେ ଅତର୍କିତ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ବେଳେ ୪୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣକୁ ପୋଲିସ ଜବତ କରିଛି ।
ଏହି ଘଟଣାରେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବ୍ୟବସାୟୀ ହୃଦାନନ୍ଦ ନାୟକ ଗିରଫ ହୋଇଛନ୍ତି । ଏହା ସହ ୧୦ ଜଣ ଫେରାର ହୋଇଥିବା ଜଣାପଡ଼ିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମିଳିତ ଚଢ଼ାଉରେ ୫ ଟି ଟିମ କରି ବାଣ ପ୍ରସ୍ତୁତି ଓ ବିକ୍ରୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଫେରାର ହୋଇଥିବା ୧୦ ଜଣଙ୍କୁ ଧାିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/46-6.jpg)