କନକ ବ୍ୟୁରୋ : ନିୟମ ବାହାରେ ଚାଲିଛି ନିର୍ମାଣ। ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଚୁକ୍ତିକୁ ଫାଙ୍କି ମନଇଚ୍ଛା ଦୋକାନ ଘର ନିର୍ମାଣ ପରିବର୍ତ୍ତନ କରୁଛନ୍ତି ନିଲାମଧାରୀ। ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରେ ବେଆଇନ୍ ନିର୍ମାଣ ଚାଲିଥିବା ବେଳେ ଦୁଇ ବିଜେପି କାଉନ୍ସିଲର ଏହାକୁ ବିରୋଧ କରିଛନ୍ତି। ଏହି କାର୍ୟ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ପୌରପାଳିକାର ଟେଣ୍ଡର କମିଟି ସମ୍ପୃକ୍ତ ଥିବା ପୌର ପରିଷଦରରେ ଅଭିଯୋଗ ହୋଇଛି।
ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ପରିସରରେ ପୌରପରିଷଦ ପକ୍ଷରୁ କିଛି ଦୋକାନ ଘରକୁ ଟେଣ୍ଡର ମାଧ୍ୟମରେ ଆବଣ୍ଟନ କାଯାଇଛି । ଦୋକାନ ଘର ଟେଣ୍ଡର ବେଳେ ୨୦ଟି ନିୟମ ରଖାଯାଇଥିଲା। ପାରଳାଖେମୁଣ୍ଡି ଅଧିବାସୀ ହୋଇଥିବା ବ୍ୟକ୍ତିଙ୍କୁ ଘର ଦିଆଯିବ । ଗୋଟିଏ ପରିବାରର ଜଣଙ୍କୁ ଗୋଟିଏ ଦୋକାନ ଘର ଦିଆଯିବ। ସେ ନିଜ ଇଚ୍ଛାରେ ଘରର ନିର୍ମାଣ ସମ୍ୱଦ୍ଧିୟ ପରିବର୍ତନ କରପାରିବେ ନାହିଁ କି ଅନ୍ୟତ୍ର ସ୍ଥାନ୍ତର କରିପାରିବେ ନାହିଁ । ହେଲେ ଏଠାରେ ୮ଜଣଙ୍କୁ ୧୬ଟି ଗୃହ ଆବଣ୍ଟନ କରାଯାଇଛି। ସେମାନେ ପୁଣି ନିଜ ଇଚ୍ଛାରେ ଘରର ନିର୍ମାଣ କାମ ପରିବର୍ତ୍ତବ କରୁଥିବା ପୌରପରିଷଦରେ ଅଭିଯୋଗ ହେବା ପରେ କାର୍ୟ୍ୟ ବନ୍ଦ ପାଇଁ ନୋଟିସ୍ ଜାରି କରିଛନ୍ତି କାର୍ୟ୍ୟନିର୍ବାହୀ ଅଧିକାରୀ। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
କେବଳ ଏହି ଆବଣ୍ଟିତ ଦୋକାନ ଗୃହ ନୁହେଁ। ପୌପରିଷଦର ଏଭଳି ଅନେକ ଦୋକାନ ଘର ବିନା ଅନୁମତିରେ ମନଇଚ୍ଛାରେ ନିର୍ମାଣ କରାଯାଇଛି। ତେଣୁ ସେସବୁର ତଦନ୍ତ କରାଯିବାର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/76.jpg)