ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ବଡ ସଫଳତା : ୨ଟି ମିନିଟ୍ରକ ଭର୍ତ୍ତି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ, ୬ ଗିରଫ

ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ବଡ ସଫଳତା : ୨ଟି ମିନିଟ୍ରକ ଭର୍ତ୍ତି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ, ୬ ଗିରଫ

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ଏକ ବଡ ଧରଣରୁ ସଫଳତା ମିଳିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବିରିଗଡ ଗ୍ରାମରୁ ୨ଟି ମିନିଟ୍ରକରେ ବିପୁଳ ପରିମାଣରେ କାଠ ସାମଗ୍ରୀ ଚାଲାଣ ହେଉଥିବାବେଳେ ଧରାପଡିଛି ।

publive-image

ଏହି କାଠସାମଗ୍ରୀ ସବୁ ନୟାଗଡ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବାବେଳେ ଗାଡି ଦୁଇଟିକୁ ପୁରୁଣାକଟକ ବଜାରରୁ ଜବତ କରାଯାଇଛି । ଗାଡି ଦୁଇଟି ସହ ଗାଡିରେ ଥିବା ଅଢ଼େଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର କାଠ ସାମଗ୍ରୀ ଥିବା କୁହାଯାଉଛି । ଏଥିସହ ଏହି ଗାଡିରେ ଥିବା ୬ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe