କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜକୁ ଏକ ବଡ ଧରଣରୁ ସଫଳତା ମିଳିଛି । ସୂଚନା ଅନୁଯାୟୀ, ଶନିବାର ରାତିରେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବିରିଗଡ ଗ୍ରାମରୁ ୨ଟି ମିନିଟ୍ରକରେ ବିପୁଳ ପରିମାଣରେ କାଠ ସାମଗ୍ରୀ ଚାଲାଣ ହେଉଥିବାବେଳେ ଧରାପଡିଛି ।
ଏହି କାଠସାମଗ୍ରୀ ସବୁ ନୟାଗଡ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବାବେଳେ ଗାଡି ଦୁଇଟିକୁ ପୁରୁଣାକଟକ ବଜାରରୁ ଜବତ କରାଯାଇଛି । ଗାଡି ଦୁଇଟି ସହ ଗାଡିରେ ଥିବା ଅଢ଼େଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର କାଠ ସାମଗ୍ରୀ ଥିବା କୁହାଯାଉଛି । ଏଥିସହ ଏହି ଗାଡିରେ ଥିବା ୬ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବନ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-08-09h06m18s605.png)
/kanak/media/post_attachments/wp-content/uploads/2021/02/vlcsnap-2021-02-08-09h06m12s614.png)