ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ସମୁଦ୍ରରୁ ବେଆଇନ ଭାବେ ଚାଲିଛି ପାଣି ଉଠାଣ । ହାଇକୋର୍ଟଙ୍କ ରୋକ୍ ପରେ ବି ନିୟମ ଭାଙ୍ଗୁଛନ୍ତି ଚିଙ୍ଗୁଡି ହେଚେରି ମାଲିକ ।

132

କନକ ବ୍ୟୁରୋ: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ସାମୁଦ୍ରିକ କଇଁଚ ସୁରକ୍ଷା ଶିବିର ନିକଟ ସମୁଦ୍ରରୁ ବେଆଇନ୍ ଭାବରେ ପାଣି ଉଠାଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । କୋର୍ଟଙ୍କ ନିର୍ଦେଶ ପରେ ସମୁଦ୍ର କୂଳରେ କୃଷ୍ଣପ୍ରସାଦ ତହସିଲଦାର, ରମ୍ଭା ରେଞ୍ଜର ପହଁଚି ପାଣି ପମ୍ପକୁ ଉଚ୍ଛେଦ କରିବା ସହ ଏହାକୁ ଜବତ କରିଥିଲେ । ହେଲେ ଆଜି ପୁଣି ଚିଙ୍ଗୁଡି ଘେରି ମାଲିକ ବେଆଇନ୍ ଭାବେ ସମୁଦ୍ରରୁ ପାଣି ଉଠାଉ ଥିବା ଦେଖିବାକୁ ମିଲିଛି ।

ହାଇକୋର୍ଟଙ୍କ ନିର୍ଦେଶକ ମୁତାବକ କଇଁଛଙ୍କ ସୁରକ୍ଷା ପାଇଁ ପାଣି ପମ୍ପ ଉଚ୍ଛେଦ ହେଲା । ହେଲେ ଦିନକ ପରେ ସମୁଦ୍ର କୂଳରେ ଯାହାକୁ ତାହା । ଶୁକ୍ରବାର ଦିନ କୃଷ୍ଣପ୍ରସାଦ ତହସିଲଦାର ଏବଂ ରେଞ୍ଜରଙ୍କ ଉପସ୍ଥିତିରେ ସମୁଦ୍ର କୁଳରୁ ବେଆଇନ୍ ପାଣି ପମ୍ପକୁ ହଟେଇ ଦିଆଯାଇଛି । ଆଉ ଦିନକ ପରେ ପୁଣି ସମୁଦ୍ର କୂଳ ଝାଉଁବଣରେ ପାଇପ ବିଛାଇ, ବିଦ୍ୟୁତ ତାର ସଂଯୋଗ କରି ପମ୍ପ ଯୋଗେ ସମୁଦ୍ରରୁ ପାଣି ଉଠାଉଛନ୍ତି ଚିଙ୍ଗୁଡି ହେଚେରି ମାଲିକ ।

ଜେ,ବି.ଏସ ଆକ୍ୱାଟିକ ହେଚେରି ମାଲିକଙ୍କୁ ବାରମ୍ବାର ହାଇକୋର୍ଟଙ୍କ ଚିଠି ପରେ ବି ବେଆଇନ୍ କାରବାର ଚାଲିଛି । ହାଇକୋର୍ଟଙ୍କ ନିର୍ଦେଶକୁ ଅବମାନନା କରି ପାଣି ଉଠାଉଥିବା ଚିଙ୍ଗୁଡି ଘେରି ମାଲିକ ଏବାବଦରେ ମୁହଁ ଖୋଲିବାକୁ ନାରାଜ ଥିବା ବେଳେ କ୍ୟାମେରା ଦେଖି ହଡବଡେଇ ଯାଉଛନ୍ତି ସ୍ଥାନୀୟ ତହସିଲଦାର । କୃଷ୍ଣପ୍ରସାଦ ଅଂଚଳରେ ହୋଇଥିବା ଏଜେ,ବି.ଏସ , ଆକ୍ୱାଟିକ ଚିଙ୍ଗୁଡି ହେଚେରି ପାଇଁ ପରିବେଶ ମଂଜୁରି, କୋଷ୍ଟାଲ ରେଗୁଲେସନ ଯୋନର କୌଣସି ଲାଇସେନ୍ସ ନଥିବା ହାଇକୋର୍ଟଙ୍କ ଚିଠିରେ ଉଲ୍ଲେଖ ରହିଛି ।