କଟକଣା ସତ୍ତ୍ୱେ ବଢୁଛି ବେଆଇନ ବାଣ କାରବାର : କଟକ ଜଗତପୁର ଅଂଚଳରେ କମିଶନରେଟ ପୁଲିସର ରେଡ୍, ୩ ଅଟକ

132

କନକ ବ୍ୟୁରୋ : ଦୀପାବଳିରେ ବାଣ ବିକ୍ରି ଓ ଫୁଟଇବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତା ସତ୍ତ୍ୱେ ବି ଅନେକ ସ୍ଥାନରେ ବାଣ କାରବାରର ବେଆଇନ କାରବାର ଚାଲିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି ।

କଟକ ଜଗତପୁର ଅଂଚଳରେ ଏଭଳି ବିପୁଳ ପରିମାଣର ବାଣ ଜବତ ହୋଇଛି । କମିଶନରେଟ ପୁଲିସ ଚଢାଉ ବେଳେ ଜଗତପୁରର ପଦ୍ମପୁର, ମହାଜନପୁର, ତ୍ରିଲୋଚନପୁରରେ ଏହି ବାଣ ଜବତ ହୋଇଛି । ଘଟଣାସସ୍ଥଳରେ ଏସିପି, ଜଗତପୁର ଆଇଆଇସିଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଅଛନ୍ତି ।