ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ୍ ଲିଙ୍ଗ ନିରୂପଣ । ଚଢାଉ କରି ଧରିଲେ ଉପ-ଜିଲ୍ଲାପାଳ । ଅଲଟ୍ରାସାଉଣ୍ଡ ମେସିନ୍, ନଗଦ ଟଙ୍କା ଓ ମୋବାଇଲ ଜବତ ।

838

କନକ ବ୍ୟୁରୋ : ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ । କଟକ ଫ୍ରେଣ୍ଡସ କଲୋନୀ ଅଂଚଳରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି । ୩ଜଣ ଦଲାଲକୁ ଗିରଫ କରାଯାଇଛି । ବଡ଼ କଥା ହେଉଛି ପୂର୍ବରୁ ମଧ୍ୟ ଦୁଇ ଥର ଧରାପଡ଼ିଛନ୍ତି ଅଭିଯୁକ୍ତ ଡାକ୍ତର ପୁଣ୍ୟଶ୍ଲୋକ ଦାସ । ଅଲଟ୍ରାସାଉଣ୍ଡ ମେସିନ, ନଗଦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି । ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ । ଏଭଳି ବେଆଇନ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।