କନକ ବ୍ୟୁରୋ: ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜାଗାରୁ ହଟିବ ଜବରଦଖଲ । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ,ସରକାରୀ ଜମି ଗୁଡିକୁ ଲୋକେ ଜବରଦଖଲ କରି ରଖିଥିବାରୁ ବିକାଶ କାର୍ୟ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜବର ଦଖଲ ହଟିବା ପରେ ଯଥାଶାଘ୍ର ଏହାକୁ ବାଡ଼ ଘେରାଇ ଦୃଷ୍ଟି ଗୋଚର ହେବା ଭଳି ସେହି ସ୍ଥାନରେ ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।