• ଲଘୁ ଖଣିଜ ଉପରେ ମାଫିଆଙ୍କ ନଜର
  • ଓଡ଼ିଶାରେ ରାଜ୍ କରୁଛନ୍ତି ପଶ୍ଚିମବଙ୍ଗ ମାଫିଆ
Advertisment

ବାଲେଶ୍ୱର ରାଇବଣିଆ ଅଞ୍ଚଳରୁ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ । ପଡୋଶୀ ପଶ୍ଚିମବଙ୍ଗର ମୋରମ ମାଫିଆ ସ୍ଥାନୀୟ କିଛି ଦଲାଲଙ୍କୁ ଅସ୍ତ୍ର କରି ଜଙ୍ଗଲ ଜମି ସହିତ ଲୋକଙ୍କ ଜାଗାରୁ ଜେସିବି ଏବଂ ଟ୍ରାକ୍ଟର ଲଗାଇ ମୋରମ ଖୋଳି ନେଉଛନ୍ତି । ରାଇବଣିଆ ଅଞ୍ଚଳର ବେଗୁନିଆ, କୁଶଗଡ, ବରଡିହା, ବାଉଁଶବଣି ଅଞ୍ଚଳରେ ସକ୍ରିୟ ଅଛନ୍ତି ମୋରମ ମାଫିଆ । ଗୋଚର ଜମି ଏବଂ ଜଙ୍ଗଲ ଜମିରୁ ରାତି ଦିନ ଜେସିବି ଲଗାଇ ମୋରମ ଖନନ କରି ପଶ୍ଚିମବଙ୍ଗ ସମେତ ଜଳେଶ୍ୱର ,ବାଲେଶ୍ୱର, ମୟୁରଭଞ୍ଜ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି ।

ବେଆଇନ୍ ମୋରମ୍ ଖନନ କାମରେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ରାଜ୍ୟରୁ ଲଘୁ ଖଣିଜ ଚୋରୀ ହେଉଥିବା ବେଳେ ସ୍ଥାନୀୟ ଦଲାଲ ମାଲାମାଲ ହେଉଛନ୍ତି ଏବଂ ଅସାଧୁ ସରକାରୀ କର୍ମଚାରୀଙ୍କ ପକେଟ ଗରମ ହେଉଛି ତେଣୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି । ମୋରମ ମାଫିଆମାନଙ୍କ ଉପରେ ପ୍ରଶାସନ ନଜର ନଦେଲେ ଏହି ଅଞ୍ଚଳରୁ ସମସ୍ତ ମୋରମ ଲୁଟ୍ ହୋଇଯିବା ସହ ଜଙ୍ଗଲ ଜମି ନଷ୍ଟ ହେବାର ଆଶଙ୍କା ରହିଛି ।