ରାଜଧାନୀରେ କଲ୍ୟାଣମଣ୍ଡପ ସିଲ ଅଭିଯାନ ଜାରି । ଏୟାରଫିଲ୍ଡ ଥାନା ଅଂଚଳରେ ଉତ୍ତେଜନା । ଶେଷରେ ସିଲ ନକରି ଫେରିଗଲା ବିଏମସି କର୍ମଚାରୀ

255

କନକ ବ୍ୟୁରୋ: ବିଏମସି ପକ୍ଷରୁ ଦ୍ୱିତୀୟ ଦିନରେ କଲ୍ୟାଣ ମଣ୍ଡପ ସିଲ ଅଭିଯାନ ଜାରି ରହିଛି । ଆଜି ଏୟାର ଫିଲଡ ଅଂଚଳରେ କଲ୍ୟାଣ ମଣ୍ଡପ ସିଲ କରିବାକୁ ଯାଇଥିଲେ ବିଏମସି ଅଧିକାରୀ । ଏହାକୁ ନେଇ ଉତେଜନା ଦେଖା ଦେଇଥିଲା । କଲ୍ୟାଣ ମଣ୍ଡପ ମାଲିକ ଓ ତାଙ୍କ ସମର୍ଥକ କଲ୍ୟାଣ ମଣ୍ଡପ ସିଲକୁ ତୀବ୍ର ବିରୋଧ କରିଥିଲେ । ଆଇନ ଅନୁଯାୟୀ ପୂର୍ବ ସୂଚନା ନଦେଇ, କୋର୍ଟରୁ କୌଣସି ଆବଶ୍ୟକ ନିର୍ଦ୍ଦେଶନାମା ନଆଣି କିପରି କଲ୍ୟାଣମଣ୍ଡପ ସିଲ୍ ପାଇଁ ଆସିଛ ବୋଲି ସିଧାସଳଖ ବିଏମସି ଅଫିସର ମାନଙ୍କୁ ପ୍ରଶ୍ନ କରିଥିଲେ କଲ୍ୟାଣ ମଣ୍ଡପ ମାଲିକ । ଏହାକୁ ନେଇ ଉତ୍ତେଜନା ବଢୁଥିବା ଦେଖି କଲ୍ୟାଣ ମଣ୍ଡପ ସିଲ ପାଇଁ ଯାଇଥିବା ବିଏମସି ଅଧିକାରୀ ଓ ପୁଲିସ କର୍ମଚାରୀ ଫେରି ଆସଥିଲେ ।

ଗତକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ପ୍ରଥମଦିନରେ ସହିଦନଗର ପାଲାଡିୟମ କୋଟୟାର୍ଡ ମଣ୍ଡପ ସିଲ କରିଥିଲା ବିଏମସି ଓ ବିଡିଏର ସ୍ୱତନ୍ତ୍ର ସ୍କାର୍ଡ । ଏହି କଲ୍ୟାଣ ମଣ୍ଡପ ବିଏମସି ଓ ବିଡିଏର ଗାଇଡଲାଇନକୁ ଉଲ୍ଲଂଘନ କରିଥିବା ଜଣାପଡିବା ପରେ ତାକୁ ସିଲ କରାଯାଇଥିଲା । ସେହିଭଳି ଗତକାଲି ବିଏମସିର ତିନୋଟି ଜୋନରୁ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ କରିଛି ବୋଲି ସୂଚନା ମିଳିଛି ।

ପୂର୍ବରୁ ଭୁବନେଶ୍ୱରରେ ଥିବା ୯୪ଟି କଲ୍ୟାଣ ମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ବିନା ବିଲଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ଟ୍ରେଡ ଲାଇସେନ୍ସ ନଥାଇ ବ୍ୟବସାୟ, ହୋଲଡିଂ ଟିକସ ଫାଙ୍କି ଓ ପାର୍କିଂ ସୁବିଧା ନଥିବା କଲ୍ୟାଣ ମଣ୍ଡପକୁ ନୋଟସ କରି ମାସେ ଭିତରେ ଭିତିଭୂମୀ ସଜାଡିବାକୁ ମହଲତ ଦିଆଯାଇଥିଲା । ଗତ ୩୦ ତାରିଖରେ କଂଟ ସରିଯାଇଥିବା ବେଳେ ଗତକାଲିଠାରୁ ବେଆଇନ ଭାବେ ନିର୍ମାଣ ହୋଇଥିବା ଓ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡିକୁ ସିଲ କରୁଛି ବିଏମସି ।