ବେଆଇନ୍ ଘର ଭାଂଗିଲ, ୨ କୋଟି ଟଙ୍କା କ୍ଷତିଭରଣା ଦିଅ : ବିଏମସିକୁ କ୍ଷତିଭରଣା ଦାବି କଲେ କଙ୍ଗନା ରାଣାୱତ

1,141
କନକ ବ୍ୟୁରୋ : ବେଆଇନ୍ ଘର ଭାଂଗିଲ , ୨ କୋଟି ଟଙ୍କା କ୍ଷତିଭରଣା ଦିଅ । ବିଏମସି ଆଗରେ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କରିଛନ୍ତି କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମସି ଠାରୁ କ୍ଷତିଭରଣା ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ ବାନ୍ଦ୍ରା ୱେଷ୍ଟରେ ଥିବା ତାଙ୍କ ପାଲି ହିଲ୍ ବଙ୍ଗଳାକୁ ବିଏମସି ବେଆଇନ୍ ଭାବେ ଭାଂଗି ଦେଇଛି । ବିଏମ୍ସିର ବୁଲଡୋଜରରେ ବଙ୍ଗଳାର ୪୦ ପ୍ରତିଶତ ଧ୍ୱଂସ ହୋଇଯାଇଛି । ଏଥିସହ ତାଙ୍କର ଦାମୀ ସୋଫା ଏବଂ ବିରଳ ଫଟୋଚିତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ବିଲଡିଂ ଭାଂଗିବା ପାଇଁ ହୋଇଥିବା ନୋଟିସ ବିରୋଧରେ ସେ ସେପ୍ଟେମ୍ବର ୭ ତାରିଖରେ ଆବେଦନ କରିଥିଲେ ।
ତେବେ ବଙ୍ଗଳା ଭାଂଗିବା ଦିନ ଅର୍ଥାତ୍ ସେପ୍ଟେମ୍ବର ୯ ତାରିଖ ସକାଳ ସାଢେ ୧୦ଟାରେ ବିଏମସି ତାଙ୍କ ବଙ୍ଗଳା ଆଗରେ ଅର୍ଡର ଲଗାଇଥିଲା । ଏବଂ ପରେ ସଙ୍ଗେ ସଙ୍ଗେ ବୁଲଡୋଜର ଚଢାଇ ଦେଇଥିଲା । ଅର୍ଡର ପଠାଇବା ପରେ ପରବର୍ତୀ ନିଷ୍ପତି ନେବାକୁ ବିଏମସି ତାଙ୍କୁ ସମୟ ଦେଇନଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଶିବସେନା ସରକାର ନିର୍ଦ୍ଦେଶରେ ଜାଣିଶୁଣି ତାଙ୍କ ବଙ୍ଗଳା ଭଂଗା ଯାଇଥିବା କଙ୍ଗନା ଅଭିଯୋଗ କରିଛନ୍ତି ।