ବନ୍ଧା ହେଲେ ବନ୍ଧୁକ ବେପାରି । ଗ୍ରାହକ ବେଶରେ ଆସି କଟକରୁ ୪ ବନ୍ଧୁକ ବେପାରିଙ୍କୁ ଗିରଫ କଲା କମିଶନରେଟ ପୁଲିସର ସ୍ପେଶାଲ ସ୍ୱାର୍ଡ ।

246

କନକ ବ୍ୟୁରୋ : ବନ୍ଧା ହେଲେ ବନ୍ଧୁକ ବେପାରୀ । ଗ୍ରାହକ ବେଶରେ ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରିଙ୍କୁ ଗିରଫ କଲା ପୁଲିସ । ଆଜି କଟକରୁ ୪ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେସାଲ ସ୍କ୍ୱାର୍ଡ଼ । ଗ୍ରାହକ ବେଶରେ ଯାଇ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ଼ ।

ବିହାରରୁ ବନ୍ଧୁକ ଆଣି ଟ୍ୱିଇନସିଟିରେ ବେପାର କରୁଥିଲେ ଏହି ବନ୍ଧୁକ ବେପାରୀ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି । ତେବେ ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।

ତେବେ ଟ୍ୱିଇନ ସିଟିରେ ଅପରାଧ ଦିନକୁ ଦିନ ବଢିଚାଲିଛି । ଗତକାଲି ଭୁବନେଶ୍ୱରରୁ ୩ଟି ବ୍ୟାଙ୍କ ଲୁଟ ଘଟଣା ସାମ୍ନାକୁ ଆସିଥିଲା । ସେହିପରି କଟକରେ ଏକ ବ୍ୟାଙ୍କରେ ଲୁଟ ଉଦ୍ୟମ ବିଫଳ ହୋଇଥିଲା । ତେବେ ଏହି ସବୁ ଘଟଣା ଏବେ କମିସନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।