ଧରାପଡିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା: ପୋଲିସ ଆଖିରେ ଧୂଳି ଦେବାକୁ ନୀଳବତି ଗାଡିରେ କରୁଥିଲେ ଚୋରା ଚାଲାଣ; ପର୍ଦ୍ଦାଫାଶ କଲା ମାଲକାନଗିରି ପୋଲିସ

98

କନକ ବ୍ୟୁରୋ: ଧରାପଡ଼ିଲା ଗଂଜେଇ ଚାଲାଣକାରୀଙ୍କ କଳାକାରନାମା । ଗାଡ଼ିରେ ନୀଳବତି ଲଗାଇ ପୋଲିସ ଲେଖି ଗଂଜେଇ ଚାଲାଣ କରୁଥିଲେ ଦୁର୍ବୃତ । ଗାଡ଼ିରେ ବସିଥିବା ଦୁର୍ବୃତ ମାନେ ପୋଲିସ ପୋଷାକରେ ଥିଲେ ଏବଂ ଗାଡ଼ିରେ ନକଲି ନମ୍ବର ଲଗାଇ ଗଂଜେଇ ଚାଲାଣ କରୁଥିଲେ । ଅଉ ଏଭଳି ଗଂଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ମାଲକାନାଗିରି ଓର୍କେଲ ପୋଲିସ । ଗାଡ଼ିର ନମ୍ବର ପ୍ଲେଟ ଓଡ଼ିଶାର ଲାଗିଥିବା ଦୁର୍ବୃତ ମାନେ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲେ । ହିନ୍ଦୀ ଭାଷାରେ କଥାବାର୍ତା ହେଉଥିବା ବେଳେ ଦୁର୍ବୃତଙ୍କ କଥାବାର୍ତାରେ ତାଳମେଳ ରହୁନଥିଲା ।

ଯାହାକୁ ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଇନୋଭା କାର ସହ ୧ କ୍ୱିଂଟାଲ ଗଂଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୨ଲକ୍ଷରୁ ଅଧିକା ଟଙ୍କା ହେବ । ଗଂଜେଇ ଚାଲାଣକାରୀଙ୍କ ନାଁ ହେଲା ରାଜୁ ଖରିଫା, ରାଜୀବ କୁମାର, ଆକାଶ କୁମାର । ଅଭିଯୁକ୍ତ ମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି । ସେମାନେ ଏହି ଗଂଜେଇକୁ ନାକାମାମୁଡ଼ି ଅଂଚଳରୁ ବିହାରକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ମାନେ ସୁଚନା ଦେଇଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି  ।