କଟକରେ ଚାଲିଛି ବେଆଇନ କଫସିରଫ କାରବାର : ମର୍କତନଗର ଥାନା ଅଂଚଳରୁ ୪ ଲକ୍ଷରୁ ଅଧିକ ଟଙ୍କାର କଫସିରଫ ଜବତ; ବାହାର ଲିଙ୍କ୍ ନେଇ ଚାଲିଛି ଖୋଳତାଡ

106

କନକ ବ୍ୟୁରୋ : କଟକରୁ ଜବତ ହେଲା ବେଆଇନ କଫସିରଫ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ । ତେବେ ଏହି ବେଆଇନ କଫସିରଫ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି କଫସିରଫରେ ମିଶୁଥିଳା ଏନ ୧୦ ନିଶା ଟାବଲେଟ ତା ପରେ ଶହେ ଏମ.ଏଲର ଏହି କଫ ସିରପ ବୋତଲ ୧୧୦ଟଙ୍କାରେ ବିକ୍ରି ହେଉଥିଲା ।

ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ । ଖୁବ କମ ଦାମରେ ଏସବୁ ମିଳୁଥିବାରୁ ସାଧାରଣତଃ କଲେଜ ପଢ଼ୁଆ ପିଲା ଏହାର ମୁଖ୍ୟ ଗ୍ରାହକ ସାଜୁଛନ୍ତି । ତେଣୁ ଏକ ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଁ ପୋଲିସ ଚଢ଼ାଉ କରିଥିଲା ।