କନକ ବ୍ୟୁରୋ : ଅସୁସ୍ଥ ହାତୀକୁ କରାଯିବ ଟ୍ରାଙ୍କୁଲାଇଜ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ଅଧୀନ ମୟୁରଝାଲିଆ ହରିହରପୁର ଅଂଚଳର ବୋରବୋରଝର ଜଙ୍ଗଲରେ ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ନନ୍ଦନକାନନରୁ ୫ଜଣିଆ ଟିମ୍ ପ୍ରୟାସ ଜାରି ରଖିଛନ୍ତି ।
ପ୍ରଥମେ ପେନକିଲର ଦିଆଯାଇଛି ଏହାପରେ ଟ୍ରାଙ୍କୁଲାଇଜ କରିବ ଟିମ୍ । ଗତ ୮ଦିନ ହେଲା ବୋରବୋରଝର ଜଙ୍ଗଲରେ ରହିଛି ଅସୁସ୍ଥ ହାତୀ । ହାତୀର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଆହତ ଅବସ୍ଥାରେ ୮ଦିନ ହେଲା ବୁଲୁଥିଲା ହାତୀ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଚେତିଛି ବନ ବିଭାଗ । ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା କରାଯିବ ।
ଟ୍ରାଙ୍କୁଲାଇଜ୍ ହେବ ଅସୁସ୍ଥ ହାତୀ । ଗତ ୮ ଦିନ ହେଲା ବାମ ଗୋଡ଼ରେ ଆଘାତ ଯୋଗୁଁ ଅସୁସ୍ଥ ରହିଛି ହାତୀ ।
/kanak/media/post_attachments/wp-content/uploads/2023/12/16-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)