କନକ ବ୍ୟୁରୋ : ଆଖି ବୁଝିଲା ଅସୁସ୍ଥ ହାତୀ । ଢ଼େଙ୍କାନାଳ ହିନ୍ଦୋଳ ବନାଞ୍ଚଳ ଗୁରିଲୋ ଗାଁ ନିକଟରେ ଅସୁସ୍ଥ ଦନ୍ତାର ଚିକିତ୍ସା ଚାଲିଥିଲା । ଦନ୍ତା ହାତୀଟି କେଉଁ କାରଣରୁ ଅସୁସ୍ଥ ହୋଇଥିଲା ତାହା ଜଣାପଡ଼ିନଥିଲା । ତିନି ଦିନ ହେବ ଗୋଟିଏ ଜାଗାରେ ସ୍ଥିର ରହିବାରୁୁ ବନ କର୍ମଚରୀମାନେ ହାତୀ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲେ ।
ପରେ ସାତକୋଶିଆ ହାତୀ ବିଶେଷଜ୍ଞଙ୍କ ସହାୟତା ନେଇ ହାତୀକୁ ଟ୍ରାଙ୍କୁଲାଇଜ କରି ତାର ଚିକିତ୍ସା କରାଯାଉଥିଲା । ଜଳୀୟ ଅଂଶ କମୁଥିବାରୁ ସାଲାଇନ୍ ଓ ଆଂଟିବାୟୋଟିକ୍ ଦିଆଯାଉଥିଲା । ହେଲେ ଆଜି ସକାଳେ ହାତୀଟି ପ୍ରାଣ ହରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/9-8.jpg)