ରାଜ୍ୟରେ କାୟାବିସ୍ତାର କରୁଛି ଧଳାଜହର ! ରାଜଧାନୀପରେ ଏବେ ଅସ୍ତରଙ୍ଗରେ ଚାଲିଛି ବ୍ରାଉନସୁଗାର ବେପାର

ରାଜ୍ୟରେ କାୟାବିସ୍ତାର କରୁଛି ଧଳାଜହର ! ରାଜଧାନୀପରେ ଏବେ ଅସ୍ତରଙ୍ଗରେ ଚାଲିଛି ବ୍ରାଉନସୁଗାର ବେପାର

କନକ ବ୍ୟୁରୋ : ଅସ୍ତରଙ୍ଗ ଅଞ୍ଚଳରେ କାୟାବିସ୍ତାର କରୁଛି ବ୍ରାଉନ୍ ସୁଗାର ବେପାର। ଏ ଅଞ୍ଚଳର ଅଧିକାଂଶ ଲୋକ ବ୍ରାଉନ୍ ସୁଗାର କ’ଣ ଜାଣିନଥିବା ବେଳେ ଉକୁଲେଇ ଛକଠାରୁ ଅନତିଦୂରରେ ଜଣେ ମହିଳା ଅନ୍ଧାର ରାତିରେ ଧଳା ଜହର ବେପାର କରୁଥିବା ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ସୂଚନା ମୁତାବକ, ମହିଳା ଜଣକ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ରାଉନ୍ ସୁଗାର କାରବାର ଚଳାଉଥିବା ବେଳେ ହାତରେ ଧଳାପୁଡିଆ ଧରି ଗ୍ରାହକଙ୍କୁ ଅପେକ୍ଷା କରୁଛନ୍ତି। ପୁଡିଆ ଗୋଟାକୁ ୫୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ବେଆଇନ୍ ନିଶା କାରବାର ଅଭିଯୋଗରେ ମହିଳା ଜଣଙ୍କ ଏହା ପୂର୍ବରୁ ଥରେ ଧରାପଡିଥିଲେ। ଏହା ସତ୍ତ୍ବେ ସେ ଚେତି ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

publive-imageଉକୁଲେଇ ଛକ, ମଲାମାଛ ଛକରୁ ଅସ୍ତରଙ୍ଗ କୁହୁଡି ପର୍ଯ୍ୟନ୍ତ ଲମ୍ବିଥିବା ମାଇନର କେନାଲ, ଖଣ୍ଡାସାହି ଛକକୁ ଯାଇଥିବା କ୍ଳାସ୍ ରୋଡର ଭସାପୋଲ, ଭଉଁରିଆ ବ୍ରିଜ୍ ନିକଟ ରୋଡ୍ ଏବଂ ପୀରଜାହାନିଆ ସାମୁଦ୍ରିକ ବେଳାଭୂମି ଅଞ୍ଚଳରେ ନିଶା କାରବାର ଲୁଚାଛପାରେ ଚାଲିଛି। କେବଳ ବ୍ରାଉନ୍ ସୁଗାର ନୁହେଁ, ନିଶା ବଟିକାର ମଧ୍ୟ ଅବାଧ କାରବାର ଚାଲିଛି।

publive-imageସେହିପରି ଜଗତସିଂହପୁର ଜିଲ୍ଲାର ଶିଖରଘାଟରୁ ନକଲି ମଦ ଏ ଅଞ୍ଚଳର ଗାଁ ଗହଳିକୁ ଚାଲାଣ ହେଉଛି। ନିକାଞ୍ଚନ ସ୍ଥାନ ସମେତ ଗାଁ ଗହଳି ଏବଂ ବିଭିନ୍ନ ଛକମାନଙ୍କରେ ବିପୁଳ ପରିମାଣର ମଦ, ମାଦକ ଦ୍ରବ୍ୟ ବେପାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି। ରାତିରେ ନିଶାସକ୍ତ ଯୁବକମାନେ ରାସ୍ତା ଉପରେ ଛିଡା ହୋଇ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଅବକାରୀ ବିଭାଗ ଓ ପୁଲିସର ନିଷ୍କ୍ରିୟତା ହେତୁ ନିଶା କାରବାର ବଢି ଚାଲିଥିବା ବେଳେ ଏହା ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe