କନକ ବ୍ୟୁରୋ: ପୃଥିବୀ ପାଇଁ ଘର, ପରିବାର ଛାଡିଲେ ଏବେ ବସରେ ରହୁଛନ୍ତି IIT ପ୍ରଫେସର ୧୦ ବର୍ଷ ପାଇଁ ଘର ପରିବାର ଛାଡି ବସରେ ରହିବାର ନିଷ୍ପତ୍ତି ନେଲେ । ୨୦୨୦ରୁ ବସରେ ରହିଆସୁଥିବା ପ୍ରଫେସର ୨୦୩୦ ଯାଏଁ ଏଠାରେ ଦିନ କାଟିବେ । ଆଉ ଏହି ୧୦ ବର୍ଷ ସେ ପୃଥିବୀ ମା’ର ସୁରକ୍ଷା ପାଇଁ ଉତ୍ସର୍ଗ କରିଛନ୍ତି । ଆମେ କହୁଛୁ ସାରା ଦେଶରେ ସୋଲାର ସୋଲଙ୍କି ଭାବେ ଜଣାଶୁଣା ଆଇଆଇଟି ପ୍ରଫେସର ଚେତନ ସିଂହ ସୋଲଙ୍କିଙ୍କ କଥା ।

Advertisment

ମୁମ୍ବାଇ ଆଇଆଇଟି ପ୍ରଫେସର ଏବେ ବେଶ୍ ଚର୍ଚ୍ଚାରେ । କାରଣ ସେ ୨୦୨୦ରେ ସେ ନିଜ ଘରଦ୍ୱାର ଛାଡି ବସରେ ରହୁଛନ୍ତି । ବସଟିକୁ ଆବଶ୍ୟକତା ଅନୁସାରେ ମଡିଫାଏ କରାଯାଇଛି । ଯେଉଥିରେ ସବୁ ସୁବିଧା ରହିଛି । ବସ ଭିତରେ ଟିଭି , କମ୍ପ୍ୟୁଟର ଠାର ଆରମ୍ଭ କରି ଲାଇଟ୍ ଫ୍ୟାନ୍ ସବୁ ଚାଲୁଛି । ହେଲେ ଏଥିପାଇଁ ବସ ଉପରେ ଲାଗିଛି ସୋଲାର ପ୍ୟାନେଲ । ସୋଲାର ପ୍ୟାନେଲ ବ୍ୟବହାର କରି ଅକ୍ଷୟ ସୂର୍ଯ୍ୟ ଶକ୍ିିକୁ ବିନିଯୋଗ କରିବା ପାଇଁ ସାରା ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ତାଙ୍କର ଏହି ପ୍ରୟାସ ।

ସୋଲାର ଏନର୍ଜିକୁ ପ୍ରୋତ୍ସାହନ ଦେବାକୁ ୨୦୨୦ରେ ଘର ପରିବାର ଛାଡିଲେ ପ୍ରଫେସର ଚେତନ ସିଂ ସୋଲଙ୍କି । ଏବେ ବସରେ ରହୁଛନ୍ତି । ଦୀର୍ଘ ୧୦ ବର୍ଷ ଏହି ବସରେ ହିଁ ଜୀବନ କାଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ବସରେ ବିଭିନ୍ନ ସ୍ଥାନକୁ ଯାଇ ସୋଲାର ଏନର୍ଜି ବାବଦରେ ବୁଝାଇବେ ଏବଂ ଏକ ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ବାର୍ତ୍ତା ଦେବେ ।

ପ୍ରଫେସର ସୋଲଙ୍କି କୁହନ୍ତି ମଣିଷ ପାଇଁ ପୃଥିବୀ ହିଁ ଏକମାତ୍ର ଗ୍ରହ । ତେଣୁ ଏହାର ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ । ଏଥିପାଇଁ ଆମକୁ ନିଜର ଅଭ୍ୟାସ ବଦଳାଇବାକୁ ପଡିବ । ଏହି କ୍ରମରେ ଏକ ବିଦ୍ୟୁତ୍ ବଲ୍ୱ ଓ ପ୍ରେସିଙ୍ଗ ଆଇରନର ଉଦାହରଣ ଦେଇଥିଲେ । ଗୋଟିଏ ଇଲେକ୍ଟ୍ରି ବଲ୍ ଜଳିବାକୁ ୨୦ ୱାଟ୍ ବିଦ୍ୟୁତ୍ ଶକ୍ତି ଲାଗୁଥିବାବେଳେ ଆଇରନ୍ ପାଇଁ ୮୦୦ ୱାଟ ବିଦୁୃତ୍ ଖର୍ଚ୍ଚ ହୋଇଥାଏ । ତେଣୁ ଆମକୁ ବିନା ପ୍ରେସ୍ ବାଲା ପୋଷାକ ପିନ୍ଧିବାକୁ ପଡିବ । ଏହା ପରେ ନିଜର ଦୁଇ ଝିଅଙ୍କ ଉଦାହରଣ ଦେଇଥିଲେ ପ୍ରଫେସର ସୋଲାଙ୍କି । କହିଥିଲେ, ମୋ ଝିଅକୁ ବିବାହ କରିବାକୁ ଆସିଥିବା ବର ଏବଂ ତାଙ୍କ ସହ ଆସିଥିବା ବରଯାତ୍ରୀ ଯଦି ବିନା ଆଇରନ୍ ହୋଇଥିବା ପୋଷାକ ପିନ୍ଧି ଆସିଥିବେ ଏବଂ ବିଏମଡବ୍ଲୁ ଭଳି ବଡ କାର ନଆଣି ଚୋଟ ଗାଡିରେ ଆସିବେ ତେବେ ତାଙ୍କୁ ମୁଁ ଭବ୍ୟ ସ୍ୱାଗତ ଜଣାଇବି । ନହେଲେ ତାଙ୍କୁ ମୁଁ ଚା’ ପାଣି ବି ଦେବିନାହିଁ ।

ସୋଲାର ଏନର୍ଜିକୁ ବିନିଯୋଗ କରି ଆମ ସୁନ୍ଦର ପୃଥିବୀକୁ ଯେପରି ସୁରକ୍ଷିତ କରିହେବ ସେଥିପାଇଁ ସେ ୧୦ ବର୍ଷ ଘରକୁ ଯିବେ ନାହିଁ ବରଂ ଅକ୍ଷୟ ଶକ୍ତିର ବ୍ୟବହାର କରି ପରିବେଶ ସୁରକ୍ଷା କରିବାକୁ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କୁ ଭେଟୁଛନ୍ତି । ବିଭିନ୍ନ ସ୍କୁଲ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ବାବଦରେ ବୁଝାଉଛନ୍ତି ପ୍ରଫେସର ସୋଲଙ୍କି । ତାଙ୍କର ଏଭଳି ପ୍ରୟାସକୁ ଦେଶ ତଥା ଦେଶ ବାହାରେ ମଧ୍ୟ ପ୍ରଶଂସା କରାଯାଉଛି ।