କନକ ବ୍ୟୁରୋ: ବଂଶଗତ ତ୍ରୁଟି ଯୋଗୁ ହେଉଥିବା ଦୁରାରୋଗ୍ୟ କ୍ୟାନସରର ଚିହ୍ନଟ କରିବ ଆରଟିଫିସିଆଲ ଇଂଟିଲିଜେନ୍ସ ଟୁଲ । ଆରଟିଫିସିଆଲ ଇଂଟିଲିଜେନ୍ସର ସହଯୋଗରେ ଏଭଳି ଏକ ଯନ୍ତ୍ରପାତିର ବିକାଶ ବିକାଶ କରିଛନ୍ତି ମାଡ୍ରାସ ଆଇଆଇଟିର ଗବେଷକମାନେ । ଏହି ଯନ୍ତ୍ରପାତି କେବଳ କ୍ୟାନସରର ଚିହ୍ନଟ କରିବ ନାହିଁ ବରଂ ଏହାର ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତି କରିବ । ଏହି ଟୁଲରେ କ୍ୟାନସର ରୋଗୀଙ୍କ ବଂଶଗତ ତଥ୍ୟ ଏବଂ କେତେ ସମୟରେ ଏହା କେତେଥର ରୂପ ପରିବର୍ତନ କରୁଛି ତାହାର ତଥ୍ୟକୁ ଆଧାର କରି ବଂଶଗତ କ୍ୟାନସରର ଚିହ୍ନଟ କରାଯିବ ବୋଲି କହିଛନ୍ତି ମାଡ୍ରାସ ଆଇଆଇଟିର ଡାଟା ସାଇନ୍ସ ଓ ଆରଟିଫିସିଆଲ ଇଂଟିଲିଜେନ୍ସର ସେଂଟର ଅନ୍ୟତମ ପ୍ରମୁଖ ସଦସ୍ୟ କାର୍ତିକ ରମାନ ।