କନକ ବ୍ୟୁରୋ : ପ୍ରକାଶ ପାଇଛି ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନର ତାଲିକା । ଆଇଆଇଟି ମାଡ୍ରାସ୍ ଏଥର ମଧ୍ୟ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନ ବଜାୟ ରଖିଛି । ଆଇଆଇଏସ୍ ବେଙ୍ଗାଲୁରୁ ଦ୍ବିତୀୟ, ଆଇଆଇଟି ବମ୍ବେ ତୃତୀୟ, ଆଇଆଇଟି ଦିଲ୍ଲୀ ଚତୁର୍ଥ, ଆଇଆଇଟି କାନପୁର ୫ମ, ଆଇଆଇଟି ଖଡ଼ଗପୁର ୬ଷ୍ଠ, ଆଇଆଇଟି ରୁର୍କି ୭ମ, ଆଇଆଇଟି ଗୌହାଟୀ ୮ମ, ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ ୯ମ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ୧୦ମ ସ୍ଥାନରେ ରହିଛି । ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ୭ଟି ଆଇଆଇଟି ସ୍ଥାନ ପାଇଛନ୍ତି ।
ବିଶ୍ବବିଦ୍ୟାଳୟ ବର୍ଗରେ ଇଣ୍ତିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗାଲୁରୁ ପ୍ରଥମ, ଜେଏନ୍ୟୁ ଦ୍ବିତୀୟ, ବିଏଚ୍ୟୁ ତୃତୀୟ, କଲିକତା ବିଶ୍ବବିଦ୍ୟାଳୟ ଚତୁର୍ଥ, ତାମିଲନାଡ଼ୁର ଅମ୍ରିତା ବିଶ୍ବ ବିଦ୍ୟାପୀଠମ୍ ୫ମ ସ୍ଥାନରେ ରହିଛି । ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଟି ଖଡ଼ଗପୁର ଯଥାକ୍ରମେ ପ୍ରଥମ ୫ଟି ସ୍ଥାନରେ ରହିଛନ୍ତି । ମ୍ୟାନେଜ୍ମେଣ୍ଟ ବର୍ଗରେ ଆଇଆଇଏମ୍ ଅହମ୍ମଦାବାଦ ପ୍ରଥମ, ଆଇଆଇଏମ୍ ବେଙ୍ଗାଲୁରୁ ଦ୍ବିତୀୟ, ଆଇଆଇଏମ୍ କୋଲକାତା ତୃତୀୟ, ଆଇଆଇଏମ୍ କୋଜିକୋଡ଼େ ଚତୁର୍ଥ, ଆଇଆଇଟି ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି ।
ମେଡିକାଲ ବର୍ଗରେ ଏମ୍ସ ଦିଲ୍ଲୀ ପ୍ରଥମ, ପିଜିଆଇ ଚଣ୍ତିଗଡ଼ ଦ୍ବିତୀୟ, ସିଏମ୍ସି ଭେଲୋର ତୃତୀୟ ସ୍ଥାନରେ ରହିଛି। ଫାର୍ମାସୀ ବର୍ଗରେ ଜାମିଆ ହମ୍ଦର୍ଦ ପ୍ରଥମ, ପଞ୍ଜାବ ବିଶ୍ବବିଦ୍ୟାଳୟ ଦ୍ବିତୀୟ, ବିର୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ତୃତୀୟ ସ୍ଥାନରେ ରହିଛନ୍ତି । କଲେଜ ବର୍ଗରେ ଦିଲ୍ଲୀ ମେରଣ୍ଡା ହାଉସ୍ ପ୍ରଥମ, ଲେଡି ଶ୍ରୀରାମ କଲେଜ ଫର୍ ଓମେନ୍ ଦ୍ବିତୀୟ, ଚେନ୍ନାଇର ଲୟୋଲା କଲେଜ ତୃତୀୟ ସ୍ଥାନରେ ରହିଛନ୍ତି । ଆଇନ ବର୍ଗରେ ବେଙ୍ଗାଲୁରୁର ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି ପ୍ରଥମ ସ୍ଥାନରେ ଥିବା ବେଳେ ଆର୍କିଟେକ୍ ବର୍ଗରେ ଆଇଆଇଟି ରୁର୍କୀ, ଡେଣ୍ଟାଲରେ ମଣିପାଲ କଲେଜ ଅଫ୍ ଡେଣ୍ଟାଲ ସାଇନ୍ସ ଓ ଗବେଷଣା ବର୍ଗରେ ଆଇଆଇଏସ୍, ବେଙ୍ଗାଲୁରୁ ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି ।