ଏଣିକି ଘର ତୋଳିବା ହେବ ସହଜ… ଆପଣ ଘର କରୁଛନ୍ତି କି ? ବିନା ଇଟା, ସିମେଣ୍ଟରେ ବି ତୋଳି ପାରିବେ ବଡ ବଡ ବିଲ୍ଡିଂ । କମ ଖର୍ଚ୍ଚରେ ସତ ହେବ ଆପଣଙ୍କ ଘର ସ୍ୱପ୍ନ ।

ଘରଟିଏ ତୋଳିବାକୁ ହେଲେ ଇଟା-ବାଲି କି ସିମେଣ୍ଟ କିଣିବାକୁ ପଡିବନି

4,922
ଆଜିକାଲି ଘରଟିଏ ତିଆରି କରିବା ସାଧାରଣ ଲୋକଙ୍କ ପାଖରେ କାଠିକର ପାଠ ହୋଇଥାଏ । ଘର ତୋଳିବା ପାଇଁ ଇଟା-ବାଲି-ରଡ୍ ଏବଂ ସିମେଣ୍ଟ କିଣିବାକୁ ପଡିଥାଏ । ମିସ୍ତ୍ରୀଙ୍କୁ ଡାକିବାକୁ ପଡିଥାଏ, ବହୁ ଟଙ୍କା ଖର୍ଚ୍ଚ କରିବା ପରେ କିଛି ମାସ କିମ୍ବା କିଛି ବର୍ଷ ମଧ୍ୟରେ ଘରଟି ତୋଳା ହୋଇଥାଏ । କିନ୍ତୁ ଏବେ ଲୋକଙ୍କୁ ଘରଟିଏ ତୋଳିବାକୁ ହେଲେ ଇଟା-ବାଲି କି ସିମେଣ୍ଟ କିଣିବାକୁ ପଡିବନି । ବିନା ଇଟା-ବାଲି ସିମେଣ୍ଟରେ ତିଆରି ହେବ ବଡ ବଡ ବିଲ୍ଡିଂ ।
ଆଇଆଇଟି ମାଦରାସ୍ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଅତି କମ୍ ଦାମରେ ଏବଂ କମ୍ ସମୟରେ ତିଆରି କରିପାରିଛି ଏକ ବଡ ବିଲ୍ଡିଂ । ଏହା ଇଟା ଘରଠାରୁ ମଜଭୁତ୍ ବୋଲି ମଧ୍ୟ ଦାବି କରାଯାଇଛି ।
ଆଇଆଇଟି ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ସାର କାରଖାନାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ଜିପସମ୍ ବର୍ଯ୍ୟବସ୍ତୁ ନିର୍ଗତ ହେଉଛି । ଯାହାକି ଅନେକ ମାତ୍ରାରେ ପରିବେଶ ପ୍ରଦୂଷଣ କରୁଛି । ତେଣୁ କାରଖାନାରୁ ନିର୍ଗତ ହେଉଥିବା ଜିପସମ୍ ବର୍ଯ୍ୟବସ୍ତୁକୁ ଏକାଠି କରି ସେଥିରେ ଗ୍ଲାସ୍ ଫାଇବର ମିଶାଇ ଏକ ପଦାର୍ଥ ତିଆରି କରାଯାଉଛି । ଯାହାକୁ ବ୍ୟବହାର କରାଯାଇ ଇଟାରେ ତିଆରି ଘରଠାରୁ ବି ମଜଭୁତ ଘର ତିଆରି କରାଯାଇପାରୁଛି ।
ସେପଟେ ଯଦି ବୈଜ୍ଞନିକ ତଥ୍ୟ ଉପରେ ନଜର ପକାଇବା ତେବେ, ଖରାଦିନେ କଂକ୍ରିଟରେ ତିଆରି ହେଉଥିବା ଘର ଅଧିର ଗରମ ହୋଇଥାଏ । ୧କିଲୋଗ୍ରାମ୍ କଂକ୍ରିଟରୁ ୯ଶହ ଗ୍ରାମର କାର୍ବନ-ଡାଇଅକ୍ସାଇଡ୍ ବାହାରିଥାଏ । କିନ୍ତୁ ଜିପସମରେ ତିଆରି ହେଉଥିବା ଘର ଗୁଡିକରେ ଏଭଳି ସମସ୍ୟା ଦେଖିବାକୁ ମିଳିନଥାଏ । ଯଦି ଆଗକୁ ଏହି ପ୍ରଣାଳିରେ ଘର କରାଯାଏ ତେବେ ଯେଉଁ ଲୋକଙ୍କ ପାଖରେ ପକ୍କା ଘର ନାହିଁ ସେମାନଙ୍କୁ କେନ୍ଦ୍ର ସରକାର ଅତି କମ୍ ମୂଲ୍ୟରେ ଏବଂ କମ୍ ସମୟରେ ଘର ଯୋଗାଇ ନିଜର ପ୍ରତିଶ୍ରୁତି ପୂରା କରିପାରିବେ ।