ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ ।

1,520

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କେବେ ଏହା ଶୀର୍ଷରେ ପହଁଚିବ ଏବଂ କେବେ ତଳକୁ ଖସିବ, ଏ ନେଇ ଆକଳନ ହେଉଛି । ତେବେ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ, ଏକ ଗାଣିତିକ ମଡେଲ ଆଧାରରେ କରୋନା ଗ୍ରାଫ୍ର ପୂର୍ବାନୁମାନ କରିଛନ୍ତି । ଏହି ମଡେଲ ଅନୁସାରେ ଓଡ଼ିଶାରେ ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ଶୀର୍ଷରେ ପହଁଚିବ ଏବଂ ଏହା ପରେ ସଂକ୍ରମଣ ଗ୍ରାଫ୍ ତଳକୁ ଖସିବ । ନଜର ପକାନ୍ତୁ ଆଇଆଇଟି କାନପୁରର ଏହି ମଡେଲ ଉପରେ –

ଆଇଆଇଟି କାନପୁରର ମଡେଲ 

  • ମେ’ ୧୧ରୁ ୧୫ –  ଦେଶରେ ଶୀର୍ଷ ଛୁଇଁବ କରୋନା ସଂକ୍ରମଣ
  • ମେ’ ୧ ରୁ ୫ – ଓଡିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗରେ ଶୀର୍ଷ ଛୁଇଁବ କରୋନା
  • ମେ’ ୬ରୁ ୧୦ – ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ
  • ଏପ୍ରିଲ ୨୫ରୁ ୩୦ – ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା, ବିହାର
  • ମହାରାଷ୍ଟ୍ର ଓ ଛତିଶଗଡ଼ – ସଂକ୍ରମଣ ଛୁଇଁ ସାରିଛି ଶୀର୍ଷ

ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ମେ ମାସ ୧୧ରୁ ୧୫ ତାରିଖ ବେଳକୁ ଭାରତରେ ଶୀର୍ଷକୁ ଛୁଇଁଥିବା କରୋନା ସଂକ୍ରମଣ । ଆଉ ସେତେବେଳକୁ ଦେଶରେ ସକ୍ରିୟ ସଂକ୍ରମଣ ବା ଆକ୍ଟିଭ୍ କେସ୍ ସଂଖ୍ୟା ପହଁଚି ଯାଇଥିବ ୩୩ ରୁ ୩୫ ଲକ୍ଷରେ ।ଗତବର୍ଷ ସେପ୍ଟେମ୍ୱର ୧୭ ଆଡକୁ ଦେଶରେ କରୋନା ସଂକ୍ରମଣର ପ୍ରଥମ ଲହର ଶୀର୍ଷରେ ରହିଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୂର୍ବ ଅପେକ୍ଷା ୩ ଗୁଣ ଅଧିକ ରହିବ । ଗତବର୍ଷ କରୋନା ଶୀର୍ଷ ସମୟରେ ଭାରତ ଦେଖିଥିଲା ୧୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା । ତେବେ ବିଶେଷଜ୍ଞଙ୍କ ଆକଳନ ହେଉଛି, ମେ ମାସ ମଧ୍ୟ ଭାଗ ଆଡକୁ ଭାରତରେ ରହିଥିଲେ ୩୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା ।