କନକ ବ୍ୟୁରୋ : ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ଠାରୁ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗୀଙ୍କ ଠାରେ ବ୍ୟବହାର ହେଉଥିବା ଇଂଜେକ୍ସନ ବି ସହଜରେ ଉପଲବ୍ଧ ହେଉନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାରି ମଧ୍ୟରେ ଆଇଆଇଟି ହାଇଦ୍ରାବାଦରୁ ‘ରିସର୍ଚ୍ଚ ଆଟ ଆଇଆଇଟି ହାଇଦ୍ରାବାଦ ଡେଭଲପଡ୍ ଆନ ଓରାଲ ସଲଉ୍ୟସନ ଟୁ ଟ୍ରିଟ୍ ବ୍ଲାକ ଫଙ୍ଗସ୍’ ଏକ ଭଲ ଖବର ଆସିଛି । ଏନେଇ ହାଇଦ୍ରାବାଦ ଆଇଆଇଟିରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ମାନେ ଏକ ଔଷଧ ପ୍ରସ୍ତୁତ କରିଛନ୍ତି । ଯାହାକି ସଂକ୍ରମିତଙ୍କୁ ଖାଇବାକୁ ଦିଆଯିବ ।
ଦୁଇବର୍ଷର ରିସର୍ଚ୍ଚ ପରେ ଉଦ୍ଭାବନ ହୋଇଥିବା ଏହି ଔଷଧ ଉପରେ ପୁରା ଭରଶା କରିଛନ୍ତି ବୈଜ୍ଞାନିକମାନେ । ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ କହିଛନ୍ତି କି ଏହି ଔଷଧକୁ ଅଧିକ ପରିମାଣର ଉତ୍ପାଦନ କରିବାର ଆବଶ୍ୟକତା ରହିଛି । ଏହାସହ ସବୁଠାରୁ ବଡକଥା ଏହି ଔଷଧର ମୂଲ୍ୟ ବହୁତ କମ୍ । ଅର୍ଥାତ୍ ୬୦ ମିଲିଗ୍ରାମର ଏକ ଟାବଲେଟର ଦାମ ମାତ୍ର ୨୦୦ ଟଙ୍କା ବୋଲି କୁହାଯାଇଛି ।
ଆଇଆଇଟି ହାଇଦ୍ରାବାଦରେ ଏହି ସଲ୍ୟୁସନ ଉପରେ ଗତ ୨ ବର୍ଷ ଧରି ପ୍ରଫେସର ସପ୍ତଋଷି ମଜୁମଦାର, ଡା.ଚନ୍ଦ୍ର ଶେଖର ଶର୍ମା, ପିଏଚଡି ସ୍କଲାର ମୃଣାଳିନୀ ଗୋଧାନେ ଓ ଆନନ୍ଦିତା ଲୋହା କାମ କରୁଛନ୍ତି ।
ସଂସ୍ଥାନ ପକ୍ଷରୁ କୁହାଯାଇଛି କି, “ଦୁଇବର୍ଷର ଅଧ୍ୟୟନ ପରେ ଅନୁସନ୍ଧାନକର୍ତ୍ତା ଏହି ଉଦ୍ଭାବନରେ ଶନ୍ତୁଷ୍ଟ ହୋଇଛନ୍ତି” ଏହାସହ ଏହି ଫର୍ମଲାକୁ ଏକ ଉଚିତ ଔଷଧ ନିର୍ମାତା କମ୍ପାନୀ ହାତକୁ ଦିଆଯାଉ ବୋଲି ସଂସ୍ଥାନ ତରଫରୁ କୁହାଯାଇଛି ।