ଏମଟେକ୍ ଛାତ୍ରଛାତ୍ରୀଙ୍କୁ ଝଟକା ଦେଲା ଆଇଆଇଟି ! କୋର୍ସରେ ବଢିବ ୯୦୦ ପ୍ରତିଶତ ଫିସ୍ , ଷ୍ଟାଇପେଣ୍ଡ ସୁବିଧା ବନ୍ଦ କରିବାକୁ ରହିଛି ଯୋଜନା ।

238

ଏମଟେକ୍ କୋର୍ସର ଫିସ୍ ରେ ଆଇଆଇଟି ଏକ ବଡ଼ ପରିବର୍ତ୍ତନ ଆଣିିବାକୁ ଯାଉଛି । ଆପଣଙ୍କୁ କହିରଖୁଛୁ ଆଇଆଇଟି ଏମଟେକ୍ କୋର୍ସର ଫିସ୍ କୁ ୯୦୦ ପ୍ରତିଶତ ବଢାଇବାକୁ ଯାଉଛି । ଶୁକ୍ର୍ରବାର ଆଇଆଇଟି ପକ୍ଷରୁ ଏକ କାଉନସିଲ୍ ବୈଠକ କରାଯାଇଥିଲା ଯେଉଁଥିରେ ଏମଟେକ୍ କୋର୍ସର ଫିସ୍ କୁ ବିଟେକ୍ କୋର୍ସ ଫିସ୍ ର ବରାବର୍ କରାଯିବା ନେଇ କଥା ଉଠିଥିଲା । ଏଚଆରଡି ମନ୍ତ୍ରୀ ରମେଶ୍ ପୋଖରିୟାଲ୍ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ଯେଉଁଥିରେ ବିଟେକ୍ ଛାତ୍ରଛାତ୍ରୀଙ୍କ ବାର୍ଷିକ ଫିସ୍ ୨ ଲକ୍ଷ ଟଙ୍କା ରହିଛି ବୋଲି କୁହାଯାଇଥିଲା । ଏମଟେକ୍ ପ୍ରୋଗ୍ରାମ୍ ର ବର୍ତ୍ତମାନ ଫିସ୍ କଥା ଯଦି କହିବା ଏହା ୫ ହଜାରରୁ ୧୦ ହଜାର ଟଙ୍କା ରହିଛି । କିନ୍ତୁ ଏବେ ଏହି ଫିସରେ ୯୦୦ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି । ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଥିବା ଷ୍ଟାଇପେଣ୍ଡ ବି ଏବେ ବନ୍ଦ ହେବ ବୋଲି ଶୁଣାଯାଉଛି । ଗେଟ୍ ଷ୍କୋର ଆଧାରରେ ଭର୍ତ୍ତୀ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିମାସରେ ୧୨,୪୦୦ ଟଙ୍କାର ଷ୍ଟାଇପେଣ୍ଡ ମିଳିଥାଏ । ଯାହାକୁ ଏବେ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି ।

ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଷ୍ଟାଇପେଣ୍ଡର ଫଣ୍ଡକୁ ୟୁଜି ଲ୍ୟାବ୍ ଏବଂ କୋର୍ସରେ ଆସିଷ୍ଟେଣ୍ଟ୍ ସିପ୍ ରେ ଦିଆଯିବ । ଷ୍ଟାଇପେଣ୍ଡ ଫଣ୍ଡକୁ ଅନ୍ୟ ଶୈକ୍ଷିକ ଗତିବିଧି ଉପରେ ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି । ସୂତ୍ର ଅନୁସାରେ , ଏବେ ଦୁର୍ବଳ ଛାତ୍ରଙ୍କୁ କୋର୍ସର ୩ ବର୍ଷ ପରେ ହିଁ ସଂସ୍ଥାରୁ ବାହାର କରିଦିଆଯିବାକୁ ଯୋଜନା କରାଯାଉଛି । ଏହାସହ ଏହି ଛାତ୍ରମାନଙ୍କୁ ୩ ବର୍ଷ ବିଏସସି ଇଞ୍ଜିନିୟରିଂ ଡିଗ୍ରୀ ନେବା ଉପରେ ବି ଜୋର୍ ଦିଆଯାଉଛି ।