କନକ ବ୍ୟୁରୋ: ଆଇଆଇଟି ଦିଲ୍ଲୀକୁ ମିଳିଛି ନୂଆ ସଫଳତା । ନୂତନ ଜ୍ଞାନକୌଶଳରେ ଯବାନଙ୍କ ପାଇଁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହି ଜ୍ୟାକେଟକୁ ଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସମ୍ବନ୍ଧରେ ଡିନ୍ ରିସର୍ଚ୍ଚ ନରେଶ ଭଟନାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ଣ୍ଣ ଭାବେ ଏହା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏବିଏଚଇଡି । ଅର୍ଥାତ ଆଡଭାନ୍ସ ବାଲାଷ୍ଟିକ୍ ହାର୍ଡ ଏନର୍ଜି ଡିଫିଟ୍ । ଆଇଆଇଟି ଦିଲ୍ଲୀର ଡିଆରଡିଓ ଇଣ୍ଡଷ୍ଟ୍ରି ଏକାଡେମିଆ ସେଣ୍ଟର ଅଫ ଏକ୍ସିଲେନ୍ସରେ ଏହାର ଡିଜାଇନ ଏବଂ ବିକଶିତ କରାଯାଇଛି । ଏହା ସବୁଠାରୁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ୍ ।

Advertisment

ବୁଲେଟ ପ୍ରୁଫ୍ ଜ୍ୟାକେଟ ଭାରତୀୟ ସେନାର ଏକେ -୪୭ ଏଚଏସସି ଏବଂ ୬ ସ୍ନାଇପର ଏପିଆଇର ଗୁଳିକୁ ରୋକିବାର ସକ୍ଷମ । ବିଆଇଏସ ମାନକ ଅନୁସାରେ, ବୁଲେଟ ପ୍ରୁଫ୍ ଜ୍ୟାକେଟ୍ର ଗବେଷଣା ଏବଂ ଡିଜାଇନର ଟେଷ୍ଟିଂ ସଫଳତାପୂର୍ବକ ଡିଆରଡିଓ-ଟିବିଆରଏଲ ଚଣ୍ଡିଗଡରେ କରାଯାଇଛି । ବର୍ତ୍ତମାନ ଏହାକୁ ବୈଷୟିକ ପରିବର୍ତ୍ତନ ପାଇଁ ତିଆରି କରାଯାଇଛି । ଏହି ସମୟରେ ସୈନିକଙ୍କ ପକ୍ଷରୁ ବ୍ୟବହାର ହେଉଥିବା ବୁଲେଟ ପ୍ରୁଫ୍ ଜ୍ୟାକେଟ ତୁଳନାରେ ୩୦ ପ୍ରତିଶତ ହାଲୁକା ରହିଛି ।

ବର୍ତ୍ତମାନ ସମୟରେ ଭାରତୀୟ ସୈନିକ ଯେଉଁ ବୁଲେଟ ପ୍ୁଫ ଜ୍ୟାକେଟ ପିନ୍ଧୁଛନ୍ତି ତାର ଓଜନ ପାଖାପାଖି ୧୦.୫ କିଲୋ । ସଂସ୍ଥାନର ଗବେଷକଙ୍କ ଲକ୍ଷ୍ୟ ରହିଛି ଯେ ଜ୍ୟାକେଟର ଓଜନକୁ ୭.୫ କିଲୋ ଯାଏ ହ୍ରାସ କରାଯିବ । ତେବେ ଆଇଆଇଟି ଦିଲ୍ଲୀ ବର୍ତ୍ତମାନ ଯାଏ ଏହାର ଓଜନ ନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ନରେଶ ଭଟନାଗର ୨୦୧୯ ସେପ୍ଟମ୍ବରରେ କହିଥିଲେ ଯେ ଜ୍ୟାକେଟର ଓଜନ କମ କରିବାର ଲକ୍ଷ୍ୟ ରଖାଯାଇଛି । ଆମର ଲକ୍ଷ୍ୟ ଆମେ ୩୦ ପ୍ରତିଶତ ଓଜନ ହ୍ରାସ କରି ଏହାକୁ ୭.୫ କିଲୋ କରିଦେବୁ । ବର୍ତ୍ତମାନ ସୁଦ୍ଧା ଏହାର ୨୨ ପ୍ରତିଶତର କାମ ସଫଳ ହୋଇଛି । ନରେଶ ଭଟନାଗର କହିଛନ୍ତି, ଜ୍ୟାକେଟ ହାଲୁକା କରିବା ପାଇଁ ସେଥିରେ ଦ୍ୱିତୀୟ ଜେନେରେସନର ଫାଇବର ରିନଫୋର୍ସଡ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି । ସେନା ବର୍ତ୍ତମାନ ସମୟରେ ପୁରୁଣା ଜ୍ୟାକେଟକୁ ପରିଧାନ କରୁଛନ୍ତି । କେବଲର ଯାଗାରେ ଫାଇବର ପ୍ଲାଷ୍ଟିକର ଉପଯୋଗ ଗତ ୧ ଦଶକ ଧରି କରାଯିବାକୁ ଚେଷ୍ଟା ହେଉଛି ।