କନକ ବ୍ୟୁରୋ: ଆଇଆଇଟି ବମ୍ବେରେ ଛାତ୍ରଙ୍କ ଗୁରୁତର ଅଭିଯୋଗ । ସେମିନାରକୁ ଆସିଥିବା ଅତିଥି ଅଧ୍ୟାପକ ହମାସ୍ ଆଙ୍କବାଦୀଙ୍କ ଗୁଣଗାନ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ଦ୍ୱାରସ୍ଥ ଛାତ୍ର ସଙ୍ଗଠନ ।

Advertisment

ଇସ୍ରାଏଲ ଓ ହମାସ୍ ଯୁଦ୍ଧକୁ ହେଲାଣି ୩୫ ଦିନ । ଏଥିରେ ହାଜର ହଜାର ନିରୀହ ଜନତା ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଉଜୁଡିଯାଇଛି ଶହଶହ ପରିବାର, ଅନାଥ ହୋଇଛନ୍ତି ହଜାର ହଜାର ଶିଶୁ । ୍ତଥାପି ଥମୁନି ଯୁଦ୍ଧ । ଏହି ଯୁଦ୍ଧକୁ ନେଇ ଅନେକ ୟୁରୋପୀୟ ତଥା ବିକାଶଶୀଳ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଅନେକ ଆରବୀୟ ରାଷ୍ଟ୍ର ହମାସ୍କୁ ଏକାକୀ କରିଦିଆଯିବା ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ଭାରତରେ ମଧ୍ୟ କିଛି ଏଭଳି ସ୍ଥିତି ଦେଖିବାକୁ ମିଳିଛି । କିଛି ଗୋଷ୍ଠୀ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି ହମାସକୁ ସମର୍ଥନ ଜଣାଉଥିବା ଲକ୍ଷ୍ୟ କରାଯାଉଛି ।

ଏଭଳି ସମୟରେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଟି ବମ୍ବେରୁ ଆସିଛି ବିବାଦୀୟ ଖବର । ଏଠିକାର ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ ସାଇନ୍ସ ବିଭିଗରେ ଆୟୋଜିତ ସେମିନାରରେ ବିଭାଗୀୟ ପ୍ରଫେସର ଶର୍ମିଷ୍ଠା ଶାହା ଏବଂ ଗେଷ୍ଟ ସ୍ପିକର ସୁଧନୱା ଦେଶପାଣ୍ଡେ ହମାସ ଲିଡର ଜୁକାରିଆ ଜୁବେଦଙ୍କ ଗୁଣଗାନ କରିବା ସହ ହମାସକୁ ଯଥାର୍ଥ ବୋଲି କହିଥିଲେ । ଏବଂ ତାଙ୍କର ସଂଘର୍ଷକୁ ଭାରତର ସ୍ୱାଧିନତା ସଂଗ୍ରାମ ସହ ତୁଳନା କରିଥିଲେ,ଯାହା ସେଠାରେ ଉପସ୍ଥିତ ଛାତ୍ରଙ୍କୁ କ୍ଷୁବ୍ଧ କରିଥିଲା । ଫଳରେ ସେମାନେ ଉକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସରେ ମାମଲା ଦାଏର କରିଛନ୍ତି ।