କନକ ବ୍ୟୁରୋ : କର୍କଟ ରୋଗ ଚିହ୍ନଟ ଏବଂ କ୍ୟାନସର ସେଲକୁ ନଷ୍ଟ ପାଇଁ ନୂଆ ପଦ୍ଧତି ବିକାଶ କରିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ । ଆଇଆଇଏସ ଏକ ହାଇବ୍ରିଡ୍ ନାନୋପାଟିକିଲ୍ସର ପ୍ରସ୍ତୁତ କରିଛନ୍ତି ଯାହା କ୍ୟାନସର ରୋଗ ଚିହ୍ନଟ କରିବା ସହ କ୍ୟାନସର ସେଲଗୁଡିକୁ ସମ୍ପୁର୍ଣ୍ଣ ନଷ୍ଟ କରିପାରିବ ବୋଲି ସେମାନେ ଦାବି କରିଛନ୍ତି । ସୁନା ଏବଂ ତମ୍ବାର ମିଶ୍ରଣରେ ତିଆରି କ୍ଷୁଦ୍ର ଧାତୁ ଉତାପ ସୃଷ୍ଟି କରି କ୍ୟାନସର ସେଲ ଗୁଡିକୁ ନଷ୍ଟ କରିପାରିବ । ସେହିପରି ଶବ୍ଦ ତରଙ୍ଗ ମାଧ୍ୟମରେ କ୍ୟାନସର ରୋଗର ଚିହ୍ନଟ କରିପାରିବ ବୋଲି ରିସର୍ଚ୍ଚ ଟିମ ଦାବି କରିଛନ୍ତି । ଯଦି ଏହା ଆଗକୁ ସଫଳ ହୁଏ ତେବେ ଦେଶ କାହିଁକି ସାରା ବିଶ୍ୱରେ କୋଟି କୋଟି କର୍କଟ ରୋଗୀ ଉପଶମ ପାଇବେ ।