ଦକ୍ଷିଣ ଆଫ୍ରିକା ବିରୋଧରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ,ବିଜୟ ଧାରା ଜାରି ରଖିବାକୁ ଭାରତ କରିବା ପ୍ରୟାସ

ଦକ୍ଷିଣ ଆଫ୍ରିକା ବିରୋଧରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ,ବିଜୟ ଧାରା ଜାରି ରଖିବାକୁ ଭାରତ କରିବା ପ୍ରୟାସ

କନକ ବ୍ୟୁରୋ : ବିଶ୍ୱକପର ଏକ ଦମଦାର ମ୍ୟାଚ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଖେଳାଯିବ । ଏହି କ୍ରମରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଟିମ୍ ବିଶ୍ୱକପର ସେମିଫାଇନାଲରେ ପହଂଚିସାରିଛନ୍ତି । ତେଣୁ ଉଭୟ ଦଳକୁ ଏହି ମ୍ୟାଚରେ କିଛି ହରାଇବାର ନାହିଁ । ହେଲେ ଯେଉଁ ଦଳ ଜିତିବ ସେ ପଏଣ୍ଟ ତାଲିକାରେ ଆଗରେ ପହଂଚିଯିବ । ଭାରତ ଲଗାତର ଭାବେ ୭ଟି ମ୍ୟାଚ ବିଜୟୀ ହୋଇଛି । ସେହିଭଳି ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚ ଖେଳି ୬ ଟି ମ୍ୟାଚରେ ବିଜୟୀ ହୋଇଛି । ସେପଟେ ଆଜି ଭାରତର ଦମଦାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କର ଜନ୍ମଦିନ । ଏହି ଦିନରେ ସେ ୪୯ ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଶତକ ରେକର୍ଡ ଭାଙ୍ଗିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe