କନକ ବ୍ୟୁରୋ : ବିଶ୍ୱକପର ଏକ ଦମଦାର ମ୍ୟାଚ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଖେଳାଯିବ । ଏହି କ୍ରମରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଟିମ୍ ବିଶ୍ୱକପର ସେମିଫାଇନାଲରେ ପହଂଚିସାରିଛନ୍ତି । ତେଣୁ ଉଭୟ ଦଳକୁ ଏହି ମ୍ୟାଚରେ କିଛି ହରାଇବାର ନାହିଁ । ହେଲେ ଯେଉଁ ଦଳ ଜିତିବ ସେ ପଏଣ୍ଟ ତାଲିକାରେ ଆଗରେ ପହଂଚିଯିବ । ଭାରତ ଲଗାତର ଭାବେ ୭ଟି ମ୍ୟାଚ ବିଜୟୀ ହୋଇଛି । ସେହିଭଳି ଦକ୍ଷିଣ ଆଫ୍ରିକା ୭ଟି ମ୍ୟାଚ ଖେଳି ୬ ଟି ମ୍ୟାଚରେ ବିଜୟୀ ହୋଇଛି । ସେପଟେ ଆଜି ଭାରତର ଦମଦାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କର ଜନ୍ମଦିନ । ଏହି ଦିନରେ ସେ ୪୯ ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଶତକ ରେକର୍ଡ ଭାଙ୍ଗିବେ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।