ଆଇଆଇଏମସିରେ ପୁରାତନ ଛାତ୍ର ସଂଘର ବୈଠକ । ଯୋଗଦେଲେ ବରିଷ୍ଠ ସାମ୍ବାଦିକ । ବିଭିନ୍ନ ଦିଗରେ ପାରଦର୍ଶୀତା ଅର୍ଜନ କରିଥିବା ପୁରାତନ ଛାତ୍ରଙ୍କୁ କରାଗଲା ସମ୍ମାନିତ

92

କନକ ବ୍ୟୁରୋ: ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନରେ ଆୟୋଜିତ ହୋଇଯାଇଛି ପୁରାତନ ଛାତ୍ର ସଙ୍ଘର ବୈଠକ । ଦିନରେ କ୍ୟାମ୍ପସ ପରିସରରେ ଗୋଟିଏ ବୈଠକ ହୋଇଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱର ଏକତ୍ରିତ ହୋଇଥିଲେ ଆଇଆଇଏସସିର ପୁରାତନ ଛାତ୍ର । ତେବେ ବୈଠକରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଯୋଗ ଦେଇଥିଲେ । ଏବଂ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ତଥା ବରିଷ୍ଠ ଆଇଏଏସ ସୁରେଶ ବଶିଷ୍ଠ ଓ ବିଜନେସ ଷ୍ଟାଣ୍ଡାର୍ଡର ବରିଷ୍ଠ ସାମ୍ବାଦିକ ଏସ. ସୁନ୍ଦରଶନ ଯୋଗ ଦେଇଥିଲେ । ଏଥିସହ ଓଡିଶା ଚାପ୍ଟରର ସଭାପତି ସଞ୍ଜୟ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ତେବେ ଏହି ଅବସରରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତି ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ଦିଗରେ ନିଜର ପାରଦର୍ଶୀତା ଅର୍ଜନ କରିଥିବା ଅନୁଷ୍ଠାନର ପୁରାତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଉନ୍ନୟନମୂଳକ ସାମ୍ବାଦିକତାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩-୧୪ ଶିକ୍ଷାବର୍ଷର ଛାତ୍ର ତଥା ସାମ୍ବାଦିକ କିଶନ ବରାଇଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ୨୦୧୯-୨୦ ଶିକ୍ଷାବର୍ଷର ଛାତ୍ରୀ ପ୍ରାଟୀ ରାଠୀଙ୍କୁ ପ୍ରଫେସର କେ.ଏମ ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର । ଅନୁରାଧା ବାରିକଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସ୍ମାରକୀ ପୁରସ୍କାର ଏବଂ ଅଙ୍କିତା ସାମଲଙ୍କୁ ପ୍ରଫେସର ବି.ବି ମହାନ୍ତି ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି ।