ଆଇଆଇଏମ ଟପ୍ପର ପରିବା ବିକି କୋଟିପତି ! ବଦଳାଇଛନ୍ତି ୨୦ ହଜାର ଚାଷୀଙ୍କ ଭାଗ୍ୟ

135

ସମୟ ବଦଳୁଛି । ତା ସହିତ ତାଳ ଦେଇ ବଦଳୁଛି ଯୁବଗୋଷ୍ଠୀର ମାନସିକତା । ଆଜିକାଲିର ଯୁବଗୋଷ୍ଠୀ ଚାକିରି କରିବା ବଦଳରେ ଚାକିରୀ ଦେବାକୁ ଅଧିକ ପସନ୍ଦ କରୁଛନ୍ତି । ଏଥିପାଇଁ ବିଭିନ୍ନ ଷ୍ଟାର୍ଟଅପ ବ୍ୟବସାୟ ଆରମ୍ଭ କରୁଛନ୍ତି । କିଛି ବିଫଳତାର ସ୍ୱାଦ ଚାଖୁଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ସଫଳତାର ଶୀର୍ଷକୁ ଚଢି ଯାଉଛନ୍ତି । ବହୁତ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ଏବେ ଏହି କ୍ଷେତ୍ରରେ ପାଦ ଦେଲେଣି ।ସେହିଭଳି ଜଣେ ଉଚ୍ଚଶିକ୍ଷିତ ଛାତ୍ର ତଥା ସଫଳ ବ୍ୟବସାୟୀ ହେଉଛନ୍ତି କୌଶଳେନ୍ଦ୍ର । ନିଜ ଅଞ୍ଚଳରେ ଜଣେ ବେଶ ନାଁ କମାଇଛନ୍ତି ସେ । ତାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ତାଙ୍କ କାହାଣୀ ଅନ୍ୟମାନଙ୍କୁ ଏବେ ପ୍ରେରଣା ଯୋଗାଉଛି । ଆସନ୍ତୁ ସଫଳତାର କାହାଣୀ ବିଷୟରେ ଜାଣିବା ।

ବିହାର ପାଟନାର କୌଶଳେନ୍ଦ୍ର । ନାଳାନ୍ଦା ଜିଲ୍ଲାର ମହମ୍ମଦପୁରରେ ତାଙ୍କର ଜନ୍ମ । ବାପା ଓ ମା’ ଉଭୟ ଶିକ୍ଷକ । କୌଶଳେନ୍ଦ୍ର ପାଠ ପଢାରେ ସବୁବେଳେ ଆଗରେ ରହୁଥିଲେ । ୫ ଶ୍ରେଣୀରେ ପଢୁଥିବା ବେଳେ ମେଧାବୃତ୍ତି ପାଇ ସେ ଗାଁ ଛାଡିଥିଲେ । ଘରଠାରୁ ୫୦ କିଲୋମିଟର ଦୂରରେ ରହି ନିଜର ପାଠପଢା କ୍ୟାରିୟର ଆଗକୁ ନେଇଥିଲେ । ସ୍କୁଲ ପାଠ ସମାପ୍ତ କରିବା ପରେ ଗୁଜରାଟରେ ଇଞ୍ଜିନିୟରିଂ ପାଠପଢା ଆରମ୍ଭ କରିଥିଲେ ।ସେହିଠାରେ ସେ ଉପଲବ୍ଧି କରିଥିଲେ ଯେ, ସହରରେ ରହୁଥିବା ଲୋକ ଗାଁ ରେ ରହୁଥିବା ଲୋକଙ୍କ ଠାରୁ ବେଶ୍ ଭଲ ଜୀବନଯାପନ କରୁଛନ୍ତି । ତେଣୁ ସେ ନିଜ ଗାଁ ଲୋକଙ୍କୁ ସେହିଭଳି ଜୀବନଶୈଳୀ ଦେବାକୁ ମନେମନେ ସ୍ଥିର କରିଥିଲେ ।

Kaushlendra_IIM_Sabziwala-696x426 2୨୦୦୩ ମସିହାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ସେ ଏକ କମ୍ପାନିରେ ମାସିକ ୬୦୦୦ ଟଙ୍କା ଦରମାରେ ଚାକିରି କରିଥିଲେ । କିନ୍ତୁ ଚାକିରୀରେ ମନ ଲାଗି ନଥିଲା । କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଆଗକୁ ବାଟ କଢାଇନେଇଥିଲା । କିଛିଦିନ ଭିତରେ ଚାକିରୀ ଛାଡି କ୍ୟାଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ଲକ୍ଷ୍ୟ ଥିଲା ଆଇଆଇଏମ ଅହମ୍ମଦାବାଦରେ ପାଠ ପଢିବା । ଆଉ ଏଥିରେ ସଫଳ ହେଲେ ମଧ୍ୟ । କ୍ୟାଟ ପରୀକ୍ଷାରେ ଟପ୍ପର ହେବା ପରେ ଆଇଆଇଏମ ଅହମ୍ମଦାବାଦରେ ପଢିବା ସ୍ୱପ୍ନ ତାଙ୍କର ସାକାର ହୋଇଥିଲା । ଏତିକିରେ ଅଟକିଯାଇନଥିଲେ ସେ । ଆଇଆଇଏମ ଅହମ୍ମଦାବାଦରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଥିଲେ । ଆଇଆଇଏମ ଅହମ୍ମଦାବାଦରୁ ସ୍ୱର୍ଣ୍ଣପଦକ ଜିତି ନିଜର ଏମବିଏ ଡିଗ୍ରୀ ହାତେଇଥିଲେ କୌଶଳେନ୍ଦ୍ର ।

ଏଇଠୁ ହିଁ ବଦଳିଯାଇଥିଲା ତାଙ୍କ ଜୀବନର ଗତିପଥ । ଆଇଆଇଏମରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ସହରର ଚାକଚକ୍ୟ ଜୀବନକୁ ତୁଚ୍ଛ କରି ନିଜ ଗାଁ ମାଟିକୁ ଫେରିଥିଲେ । କିଛି ଭିନ୍ନ କରିବାର ନିଶା ତାଙ୍କୁ ଟାଣି ଆଣିଥିଲା ର୍ଗା ମାଟିକୁ । ୨୦୦୭ରେ ଗାଁରେ ପହଞ୍ଚିବା ପରେ ପ୍ରଥମେ ସେ କୌଶଲ୍ୟା ଫାଉଣ୍ଡଡେସନ ଗଢିଥିଲେ । ଏହି ସଂସ୍ଥାର ଲକ୍ଷ୍ୟ ଥିଲା ଗାଁର ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ନିଜର ଏକ ବ୍ୟବସାୟ ଆରମ୍ଭ କରିବା । କିନ୍ତୁ ପ୍ରଥମେ ପ୍ରଥମେ ଏଥିରେ ବିଫଳତାର ସ୍ୱାଦ ଚାଖିଥିଲେ କୌଶଳେନ୍ଦ୍ର । ଆବଶ୍ୟକୀୟ ଅର୍ଥାଭାବରୁ ପ୍ରଥମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ । ଏପରିକି କିଛି ଲୋକ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏମବିଏ୍ ଡିଗ୍ରୀ ହାତେଇବା ପରେ ମଧ୍ୟ ଚାକିରୀ ପାଉନଥିବା କହି ଅନେକ ଲୋକ ତାଙ୍କର ମଜାକ ଉଡାଇଥିଲେ ।

k biharକିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନେ । ଠିକ୍ ସେହିଭଳି ହିିଁ କିଛି ହୋଇଥିଲା କୌଶଳେନ୍ଦ୍ରଙ୍କ କ୍ଷେତ୍ରରେ । ଲୋକଙ୍କ ପାଖରୁ ଟାହି ଟାପରା ଶୁଣିବା ପରେ ମଧ୍ୟ ଭାଙ୍ଗି ପଡିନଥିଲେ ସେ । ଏହି ସମୟ ମଧ୍ୟରେ ସେ ସମୃଦ୍ଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ସେ ଚାଷୀଙ୍କୁ ଯୋଡିଥିଲେ । ସ୍ଥାନୀୟ ଚାଷୀଙ୍କ ଠାରୁ ଉତ୍ପାଦିତ ସାମଗ୍ରୀ ଆଣି ତାହାକୁ ବିହାରର ସମସ୍ତ ଅଞ୍ଚଳକୁ ପଠାଉଥିଲେ । ଏହିଭଳି ଭାବେ ତାଙ୍କ ଯୋଜନାରେ ପ୍ରାୟ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସେ ଯୋଡିଛନ୍ତି । ଏହାସହ ତାଙ୍କ ସଂସ୍ଥାରେ ଏବେ ୭୦୦ରୁ ଅଧିକ ଲୋକ କାମ କରୁଛନ୍ତି ।

ଏହି କର୍ମଚାରୀଙ୍କ ମୁଖ୍ୟ କାମ ହେଲା ସ୍ଥାନୀୟ ଚାଷୀଙ୍କ ଠାରୁ ପନିପରିବା ସଂଗ୍ରହ କରି ଏହାକୁ ବଜାରରେ ପହଞ୍ଚାଇବା । ତାଛଡା ଚାଷୀ ମାନେ କିପରି ଅଧିକରୁ ଅଧିକ ଉତ୍ପାଦନ କରିବେ ସେ ନେଇ ପରାମର୍ଶ ଦେଇଥାନ୍ତି ଏହି ସଂସ୍ଥାର କର୍ମଚାରୀ । ଏହି ପନିପରିବା ଚାଷୀଙ୍କ ପାଖରୁ ଆଣିବା ପରେ ଏହାକୁ କିଭଳି ଭାବେ ସତେଜ ଅବସ୍ଥାରେ ବଜାରରେ ପହଞ୍ଚାଯାଇ ପାରିବ ସେ ନେଇ ଏକ ଭିନ୍ନ ପନ୍ଥା ଆପଣାଇଛନ୍ତି କୌଶଳେନ୍ଦ୍ର । ପନିପରିବାକୁ ସତେଜ ରଖିବା ପାଇଁ ଏକ ଭିନ୍ନ ଶୈଳୀର ଟ୍ରଲି ନିର୍ମାଣ କରାଯାଇଛି । ଟ୍ରଲିରେ ପନିପରିବାକୁ ସତେଜ ରଖିବା ପାଇ ବରଫ ରହିବା ଭଳି ବ୍ୟବସ୍ଥା କରାଯାଇଛି । ଫାଇବରରେ ନିର୍ମିତ ଏହି ଟ୍ରଲିରେ ୨୦୦ କି.ଗ୍ରା ପନିପରିବା ରହି ପାରିବ । ଏହି ଇଲୋକଟ୍ରୋନିକ ଟ୍ରଲିରେ ପନିପରିବା ୫ରୁ ୬ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ । ଏହାଦ୍ୱାରା ସହରର ଘର ନିକଟକୁ ଏହି ଟ୍ରଲିରେ ପନିପରିବା ପହଞ୍ଚି ପାରୁଛି । ଏହି ଫାଇବାର ଟ୍ରଲିର ଦାମ ୪୦ରୁ ୫୦ ହଜାର ଟଙ୍କା ।

jul1-11-vegetableଯେତେବେଳେ କୌଶଳେନ୍ଦ୍ର ଦୋକାନ ଆରମ୍ଭ କରିଥିଲେ ତାଙ୍କର ପ୍ରଥମ ଦିନର ଆୟ ଥିଲା ୨୨ ଟଙ୍କା । କିନ୍ତୁ ଏବେ ତାଙ୍କ ସଂସ୍ଥାର ବର୍ଷକୂୁ ପ୍ରାୟ ୫ କୋଟି ଟଙ୍କା ଲାଭ କରୁଛନ୍ତି କୌଶଳେନ୍ଦ୍ର । ତାଛଡା କିଛି ଚାଷୀଙ୍କ କହିବା ଅନୁଯାୟୀ, ସମୃଦ୍ଧି ଯୋଜନାରେ ସାମିଲ ହେବା ପରେ ତାଙ୍କର ୨୦ରୁ ୫୦ ପ୍ରତିଶତ ଅଧିକ ରୋଜଗାର ବଢିଛି । ଏହାଛଡା ବ୍ୟବସାୟୀଙ୍କର ୫୦ରୁ ୧୦୦ ପ୍ରତିଶତ ରୋଜଗାର ବୃଦ୍ଧି ପାଇଛି । କୌଶଳେନ୍ଦ୍ର ନିଜର ଏହି ସଫଳତା ପାଇଁ ନିଜର ଶିକ୍ଷକ, ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେତେବେଳେ ଚାଷକୁ ନେଇ ଯୁବଗୋଷ୍ଠୀଙ୍କ ମନରେ ଉତ୍ସାହ କମି କମି ଯାଉଛି ସେତେବେଳେ କୌଶଳେନ୍ଦ୍ରଙ୍କ ଏହି ସଫଳତା ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ।