ଆଇଆଇଏମର ବିଜୟୀ ଛାତ୍ରୀ ଶିବାନୀ । ସମସ୍ତଙ୍କ ପାଇଁ ସାଜିଲେ ଉଦାହରଣ,ଦୃଷ୍ଟିବାଧିତ ହୋଇ ବି କ୍ୟାଟ୍ ପରୀକ୍ଷାରେ ହେଲେ ସଫଳ

88

କନକ ବ୍ୟୁରୋ : ଆଇଆଇଏମର ଛାତ୍ରୀ ଶିବାନୀଙ୍କ କାହାଣୀ ଆପଣଙ୍କୁ ଚିନ୍ତାରେ ପକାଇଦେବ ଯେ ଏହା କେମିତି ସମ୍ଭବ । ତେଲେଙ୍ଗାନାର ଜହିଦାରାବାଦ ରେ ରୁହନ୍ତି ଶିବାନୀ, ସେ ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ମଧ୍ୟ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଇଆଇଏମ୍ ଭଳି ଏକ ଜଣା ଶୁଣା ପ୍ରତିଷ୍ଠିତ ଅନୁଷ୍ଠାନରେ ଆଡମିଶନ ପାଇଛନ୍ତି । ଯେଉଁଠି ଅନେକ ଶିକ୍ଷିତ ଛାତ୍ର, ଛାତ୍ରୀମାନେ ମଧ୍ୟ ମେରିଟ୍ ତାଲିକାରୁ ବଂଚିତ ହେଉଛନ୍ତି । ଶିବାନୀ ସାରା ଭାରତକୁ ପ୍ରମାଣ କରିଛନ୍ତି ଯେ, ଯଦି ତୁମର ମନରେ ଆଗ୍ରହ ଏବଂ ଦୃଢ ବିଶ୍ୱାସ ଥାଏ ତେବେ ତୁମେ ପ୍ରତ୍ୟେକ ସମସ୍ୟାର ମୁକାବିଲା ଖୁବ୍ ସହଜରେ କରିପାରିବ ଏବଂ ନିଜ ଲକ୍ଷ୍ୟ ସ୍ଥଳକୁ ହାସଲ କରିପାରିବ ।

ଶିବାନୀ କେବେ ଅକ୍ଷମତାକୁ ନିଜର ଦୁର୍ବଳତା ହେବାକୁ ଦେଇ ନାହାନ୍ତି । ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରି ଏବଂ ତାଙ୍କ ଆଶାକୁ ଉଚ୍ଚ କରି ଶିବାନୀ ଆଇଆଇଏମ୍ ଇନ୍ଦୋରରେ ୨ ବର୍ଷର ପୋଷ୍ଟ ଗ୍ରାଜୁଏଟରେ ଆଡମିଶନ ପାଇଛନ୍ତି । ଶିବାନୀଙ୍କ ବାପା,ମା କେବେ ଭାବିନଥିଲେ ଯେ ତାଙ୍କ ଝିଅ ଶିବାନୀ ଜନ୍ମରୁ ଦୃଷ୍ଟିହୀନ ହେବେ ଓ ଜୀବନରେ ଆଗକୁ ବଢି ପାରିବେ ବୋଲି । ସାଧାରଣ ପିଲାମାନଙ୍କ ପରି ଶିବାନୀଙ୍କୁ ତାଙ୍କ ବାପା,ମା ଶିକ୍ଷା ଦେଇଥିଲେ ଏବଂ ତାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା ମଧ୍ୟ କରିଥିଲେ । ଶିବାନୀ କହିଛନ୍ତି ଯେ ଅଧ୍ୟୟନର ପ୍ରାରମ୍ଭିକ ଦିନରେ ନିୟମିତ ବିଦ୍ୟାଳୟରେ ଉଯୁକ୍ତ ସମ୍ବଳ ଅଭାବରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏହା ପରେ ଶିବାନୀଙ୍କ ପିତାମାତା ତାଙ୍କୁ ହାଇଦ୍ରାବାଦର ଏକ ଦୃଷ୍ଟିହୀନ ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଏକ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଏବଂ ସେଠାରେ ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ଥିଲେ ।

ଶିବାନୀ କହିଛନ୍ତି ଯେ ତାଙ୍କର ଶିକ୍ଷାଗତ ଯତ୍ରା ସହଜ ହେବାର କାରାଣ ସେ ଦୃଷ୍ଟିହୀନ ଛାତ୍ର,ଛାତ୍ରୀମାନଙ୍କ ପାଇଁ ଥିବା ବିଦ୍ୟାଳୟରେ ପଢିଥିଲେ । ଗ୍ରାଜୁଏସନ ସରିବା ପରେ ଶିବାନୀଙ୍କୁ ଏକ ପ୍ରସିଦ୍ଧ ଅନୁଷ୍ଠାନରୁ ଆଗକୁ ପଢିବା ପାଇଁ ଚାହୁଁଥିଲେ । ଏହି କାରଣ ପାଇଁ ସେ କ୍ୟାଟ୍ ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ସଫଳ ହୋଇ ସେ ଆଇଆଇଏମ୍ ରେ ଆଡମିଶନ ପାଇଥିଲେ । ଶିବାନୀ ତାଙ୍କ ଆତ୍ମବିଶ୍ୱାସ ସହିତ ଆଗକୁ ବଢିଥିଲେ ଓ ୨୦୨୩ ନଭେମ୍ବର ରେ କମନ୍ ଆଡମିସନ୍ ଟେଷ୍ଟର ପରୀକ୍ଷା ଦେଇଥିଲେ ।

ଶିବାନୀ ୧୮ ଟି ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ସାକ୍ଷାତକାର ଦେଇଥିଲେ ଏବଂ ପରେ ସେ ଆଇଆଇଏମ୍ ରେ ଇନ୍ଦୋନରେ ୨ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ରେ ଆଡମିଶନ ନେବା ପାଇଁ ନିଷ୍ପତି ନେଇଥିଲେ । ପିଜିପି ବିଭାଗର ମୁଖ୍ୟ ସାୟନ୍ତ ବାନାର୍ଜୀ କହିଛନ୍ତି ଯେ ଶିବାନୀଙ୍କ ପରି ଜଣେ ପ୍ରତିଜ୍ଞାକାରୀ ଛାତ୍ରୀ ପାଇ ସେ ବହୁତ ଗର୍ବିତ ।