ଖୋଲୁଛି ଆଇଆଇସି ସୁଶାନ୍ତ ଶତପଥୀଙ୍କ କଳାକାରନାମାର ଗୁମର । କ୍ୟାରିୟରରେ ଲାଗିଥିଲା ଏକାଧିକ ବ୍ଲାକ୍ ମାର୍କ । ତଥାପି ପାଇଥିଲେ ପ୍ରମୋସନ

701

କନକ ବ୍ୟୁରୋ: ଖୋଲୁଛି ଗିରଫ ବୈପାରୀଗୁଡା ଥାନା ଅଧିକାରୀଙ୍କ କଳାକାରନାମା । ଆଇଆଇସିଙ୍କ ଘରୁ, କ୍ୱାର୍ଟର ଓ ବସରୁ ୩୭ ଲକ୍ଷ ନଗଦ ଟଙ୍କା ଜବତ ହେବା ପରେ ଏବେ ଗୋଟିଏ ପରେ ଗୋଟିଏ କାରନାମା ସାମ୍ନାକୁ ଆସୁଛି । ୩ ଜିଲ୍ଲାର ଏସପି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନାଁରେ ଏକାଧିକ ପ୍ରୋସିଡିଙ୍ଗ ଓ ବ୍ଲାକମାର୍କ ଥିଲା । ତାସତ୍ୱେ ସେ ପ୍ରମୋଶନ କିଭଳି ପାଇଲେ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି ।

  • ଖୋଲୁଛି ପୁଲିସବାବୁଙ୍କ ଗୁମର
  • ସୁଶାନ୍ତଙ୍କ ନାଁରେ ଥିଲା ବ୍ଲାକମାର୍କ

ସରକାରୀ ଘରୁ , ବସ ଓ ଅଫିସ ଚାମ୍ବରରୁ ନଗଦ ୩୭ ଲକ୍ଷ ଟଙ୍କା ମିଳିବା ପରେ ଏବେ ଚର୍ଚ୍ଚାରେ ଗିରଫ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଧୀରେ ଧୀରେ ଖୋଲୁଛି ଏହି ଥାନା ଅଧିକାରୀଙ୍କ ଚିଠା । ସେ ୧୯୯୯ ମସିହାରେ କନଷ୍ଟେବଳ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୦୮ରେ ପରୀକ୍ଷା ଦେଇ ସିଧାସଳଖ ଏସଆଇ ପାହ୍ୟା ପାଇଥିଲେ । ୩ ଜିଲ୍ଲାର ଏସପିଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିଲା । ତାଙ୍କ ନାଁରେ ରହିଥିଲା ଏକାଧିକ ପ୍ରୋସିଡିଙ୍ଗ ଓ ବ୍ଲାକମାର୍କ ।

  • ୨୦୧୨ରେ ଜଗତସିଂହପୁର ଏସପିଙ୍କ ସୁଶାନ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
  • ୨୦୧୮ରେ କଟକ ଏସପି ବି ଏଭଳି ନିର୍ଦ୍ଦେଶ ଦେଇଥିଲେ
  • ୨୦୨୦ରେ ରାୟଗଡା ଏସପି ସୁଶାନ୍ତଙ୍କୁ ତାଗିଦ ପରେ ସସପେଣ୍ଡ କରିଥିଲେ
  • ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଥିଲା

ତେବେ ପ୍ରଶ୍ନ ଉଠୁଛି, ଏଭଳି ବ୍ଲାକମାର୍କ ଓ ପ୍ରୋସିଡିଙ୍ଗ ସତ୍ୱେ ୨୦୨୩ରେ ଆଇଆଇସି ପଦବକୁ ପ୍ରମୋସନ ପାଇଲେ କିଭଳି? ଏହାପଛରେ କାହାର ହାତ ଥିଲା? ଗଂଜେଇ ଚୋରାଚାଲଣର ହବ୍ କୁହାଯାଉଥିବା ବୈପାରୀଗୁଡା ଥାନାରେ ସୁଶାନ୍ତ ଆଇଆଇସି କେମିତି ହେଲେ ତାହା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ବିଜେପି ଆଣିଲା ସାଂଘାତିକ ଅଭିଯୋଗ
  • ଗିରଫ ଥାନା ଅଧିକାରୀଙ୍କ ଥିଲା ଓଲିଉଡ ଲିଙ୍କ୍!

ସେପଟେ ବିଜେପି ଗିରଫ ଥାନା ଅଧିକାରୀଙ୍କ ନାଁରେ ଅନେକ ସାଂଘାତିକ ଅଭିଯୋଗ ଆଣିଛି । ସୁଶାନ୍ତଙ୍କ ଥିଲା ଫିଲ୍ମ ସଉକ । କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଏନେଇ ଅଭିଯୋଗ କରିଛି ବିଜେପି । ଏହା ସହ ସେ ଅଭିନୟ କରିଥିବା ଫିଲ୍ମର ଫଟୋ ମଧ୍ୟ ଜାରି କରିଛି ବିଜେପି । ଚଳଚ୍ଚିତ୍ରରେ କେତେ ଟଙ୍କା ଲାଗିଛି, ତାର ତଦନ୍ତ କରିବାକୁ ଦାବି କରିଛି ବିଜେପି । ତେବେ ପ୍ରକୃତରେ ସୁଶାନ୍ତଙ୍କ ଟଙ୍କା ଲାଗିଛି କି ନାହିଁ, ତହା ସ୍ପଷ୍ଟ ହୋଇନି । ସୁଶାନ୍ତଙ୍କ ପଛରେ କିଛି ନେତା ଓ ମନ୍ତ୍ରୀଙ୍କ ହାତ ଥିବା ବି ଅଭିଯୋଗ ଆଣିଛି ଦଳ । କନଷ୍ଟେବଳରୁ ସେ କିଭଳି ଆଇଆଇସି ହେଲେ ତା ପଛରେ ଓପିଏସସି ଜବ ରାକେଟର ଅଭିଯୋଗ ଆଣିଛି ବିଜେପି । ଆଉ ଏହାର ଜବାବ ରଖିଛି ବିଜେଡି ।

ସୁଶାନ୍ତ ଶତପଥୀ ଇନସ୍ପେକ୍ଟର ଭାବେ ପଦୋନ୍ନତି ପାଇ କୋରାପୁଟ ଜିଲ୍ଲାକୁ ଆସିଥିଲେ । ଅଗଷ୍ଟ ୨୦, ୨୦୨୩ରେ ବୈପାରୀଗୁଡା ଥାନା ଆଇଆଇସି ଭାବେ ଯୋଗଦେଇଥିଲେ । ବ୍ଲାକମାର୍କ ଓ ପ୍ରୋସିଡିଙ୍ଗ ଯୋଗୁଁ ତାଙ୍କ ପଦୋନ୍ନତି ବିଳମ୍ବ ହୋଇଥିଲା । ପ୍ରଶ୍ନ ଉଠୁଛି…

  • ବିବାଦ ସତ୍ତ୍ୱେ କଳାଦାଗ ଥିବା ଅଫିସରଙ୍କୁ କେମିତି ପଦୋନ୍ନତି ପାଇଲେ?
  • କାହା ଛତ୍ରଛାୟାତଳେ ଥିଲେ ଏହି ବିବାଦୀୟ ଅଫିସର?
  • ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଅଭିନୟରେ କିଏ ଲଗାଉଥିଲା ଟଙ୍କା?