କନକ ବ୍ୟୁରୋ : କେନ୍ଦୁଝର ପାଟଣା ଥାନାର ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ପାଇଁ କୌଣସି ବି ଥାନାରେ ପୋଷ୍ଟି କରାଯିବ ନାହିଁ । ଗତ ମେ ମାସରେ ସେ ଜଣେ ଅଭିଯୁକ୍ତଙ୍କୁ ଥାନାରେ ମାଡ ମାରିଥିଲେ । ଅଭିଯୁକ୍ତଙ୍କୁ କିଭଳି ବ୍ୟବହାର କରିବେ ସେନେଇ ଟ୍ରେନିଂ ନେବେ ସନ୍ଧ୍ୟାରାଣୀ । ୨ ବର୍ଷ ଯାଏଁ ତାଙ୍କୁ କୌଣସି ଥାନାରେ ନିଯୁକ୍ତି ମିଳିବ ନାହିଁ । ଏନେଇ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଗତ ମେ ମାସରେ ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜଣେ ଅଭିଯୁକ୍ତଙ୍କୁ ଥାନାରେ ପ୍ରବଳ ମାଡ ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଜବାବ ମାଗିଥିଲେ ରାଜ୍ୟ ମାନବାଧିକାର କମିଶନ । କେନ୍ଦୁଝର ଏସପିଙ୍କୁ ଜବାବ ମାଗିବା ସହ ମାଡ ଖାଇଥିବା ଯୁବକଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ । କ୍ଷତି ପୂରଣ ବାବଦକୁ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ଯୁବକଙ୍କୁ ଦେବାକୁ କହିଥିଲେ ରାଜ୍ୟ ମାନବାଧିକାର କମିଶନ ।

ଏହାପରେ ଆଇଆଇସି ସନ୍ଧ୍ୟାରଣୀଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ପୁଣି ତାଙ୍କ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି ମନବାଧିକାର କମିଶନ । ତାଙ୍କୁ ୨ ବର୍ଷ ଯାଏଁ ମିଳିବନି ନିଯୁକ୍ତି ।