ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ : ଲାଂଚ ନେଇ ଧରାପଡିଲେ ଆଇଆଇସି ଅଲେଖ ଗରଡିଆ

Advertisment
ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ : ଲାଂଚ ନେଇ ଧରାପଡିଲେ ଆଇଆଇସି ଅଲେଖ ଗରଡିଆ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ । ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଟକ ଜିଲ୍ଲା ନରସିଂହପୁରର ଥାନା ଅଧିକାରୀ । ଏକ ଅସଂରକ୍ଷିତ ଜନଜାତି ଗୋଷ୍ଠୀଙ୍କ ମାମଲାର ସମାଧାନ ପାଇଁ ଆଇଆଇସି ଅଲେଖ ଗରଡିଆ ଲାଂଚ ନେଉଥିଲେ । ଖବର ପାଇ ଭିଜିଲାନ୍ସ ବିଭାଗ ଚଢାଉ କରିଥିବାବେଳେ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଜବତ ହୋଇଛି ।

ସୂଚନା ମିଳିଛି ଯେ, ଆଇଁସିଆ ଗାଁରେ କିଛିଦିନ ତଳେ ଘଟିଥିବା ଏକ ସମସ୍ୟାର ସମାଧାନ ପାଇଁ ନବକିଶୋର ନାୟକଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ ଥାନା ଆଇଆଇସି । ତେବେ ୧୫ ଜଣିଆ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି ନରସିଂହପୁରର ଥାନା ଅଧିକାରୀ ଅଲେଖ ଗରଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe