କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଦାଦନ ଇଲାକାର ମାଲାମାଲ ପୁଲିସ । ଥାନା ବାବୁଙ୍କ ହାତରେ ହାତକଡି ପକାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଗରିବ ପେଟକୁ ଲାତ ମାରି ପକେଟ ଗରମ କରୁଥିବା ବଲାଙ୍ଗୀର ବୋଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଗିରଫ ହୋଇଛନ୍ତି । ଥାନା ବାବୁଙ୍କ ହାତରେ ହାତକଡି ପଡିବା ପରେ ଅନେକ କଳାକାରନାମା ସାମ୍ନାକୁ ଆସିଛି ।
ବାଡ଼ ଖାଇଲା କ୍ଷେତ...ପୁଲିସ ହାତରେ ହାତକଡି । ବୋଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗିରଫ ବେଳେ ବିନୋଦଙ୍କ ପାଖରୁ ମିଳିଥିଲା ୫ ଲକ୍ଷ ୮୬ ହଜାର ଟଙ୍କା । ଯାହାକି ଏହି ଥାନା ବାବୁଙ୍କୁ ସନ୍ଦେହ ଘେରକୁ ଟାଣିଛି । ଥାନା ବାବୁ ଜଣଙ୍କ ଖାକି ବର୍ଦ୍ଦିକୁ ଢାଲ କରି ମାଲାମାଲ ହେବାକୁ ଚେଷ୍ଟା କରୁଥିଲେ । ଦାଦନ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ପଠାଇ ଦାଲଲଙ୍କ ଠାରୁ ହାତଗୁଞ୍ଜା ଆଣି ପକେଟ ଗରମ କରୁଥିବା ଜଣାପଡିଛି ।
ଦାଦନ ଇଲାକାର ମାଲାମାଲ ପୁଲିସ । ଦଲାଲଙ୍କଠାରୁ ନିଅନ୍ତି ଟଙ୍କା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୁଲିସ ବାବୁ ମାନେ ଅତ୍ୟନ୍ତ ଅମାନବୀୟ କାମକୁ ପ୍ରୋତ୍ସାହନ ଦେଇ ଏଭଳି ଟଙ୍କା ଆଦାୟ କରନ୍ତି । ଦଲାଲ ମାନେ ଦାଦନ ଶ୍ରମିକ ଚାଲାଣ କରିବା ପାଇଁ ଏହି ପୁଲିସ ବାବୁ ମାନଙ୍କୁ ଟଙ୍କା ଦିଅନ୍ତି ବୋଲି ଅଭିଯୋଗ ହୋଇଛି ।
ବିଭିନ୍ନ ରାଜ୍ୟକୁ ଏସବୁ ଅଞ୍ଚଳରୁ ଦଲାଲ ମାନେ ଦାଦନ ଶ୍ରମିକ ଚାଲାଣ କରନ୍ତି । ଅନେକ ସମୟରେ ଛୋଟ ଛୋଟ ପିଲା ଓ ଝିଅ ପିଲାଙ୍କୁ ମଧ୍ୟ ଦଲାଲ ମାନେ ବାହାର ରାଜ୍ୟକୁ ଚାକିରି ଦେବା ନାଁରେ ଚାଲାଣ କରନ୍ତି । ଆଉ ଏହିଭଳି ଲାଞ୍ଚୁଆ ପୁଲିସ ବାବୁଙ୍କୁ ଟଙ୍କା ଦେଇ ସାଂଘାତିକ କାମ କରନ୍ତି । ବେଆଇନ କାମ ଉପରେ ନଜର ରଖିବା ସହ ଲୋକଙ୍କୁ ସୁରକ୍ଷା ଦେବା ହେଉଛି ପୁଲିସର କାମ । କିନ୍ତୁ ବଙ୍ଗୋମୁଣ୍ଡାର ଏହି ଆଇଆଇସି ସବୁ ନୈତିକତାକୁ ଭୁଲି ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/vlcsnap-2021-12-01-21h46m12s522.png)