କନକ ବ୍ୟୁରୋ: ବିହାରରେ ଗୁରୁବାର ବିଜେପିର ପ୍ରଦର୍ଶନ ବେଳେ ପୁଲିସର ଲାଠିଚାର୍ଜରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି । ଏହା ପରେ ରାଜ୍ୟରେ ଏହାକୁ ନେଇ ରାଜନୈତିକ ଲଢେଇ ଆରମ୍ଭ ହୋଇଯାଇଛି । ବିଜେପି ନେତାଙ୍କ ମୃତ୍ୟୁକୁ ଦଳ ହତ୍ୟା କରାଯାଇଥିବା ଅଭିଯୋଗ କରିଛି । ଆଜି ଯେତେବେଳେ ବିହାର ବିଧାନସଭାର ମୌସୁମୀ ଅଧିବେଶନର କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ବିଜେପି ବିଧାୟକ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ବିଧାୟକ ସଞ୍ଜୟ ସିଂହ ଟେବୁଲ ଉପରେ ଚଢିଯାଇଥଲେ । ଏହା ପରେ ସେଠାରେ ଉପସ୍ଥିତ ଥିବା ମାର୍ସଲ ସଞ୍ଜୟ ସିଂହଙ୍କୁ ସଦନରୁ ବାହାର କରିଦେଇଛନ୍ତି ।
ଗତକାଲି ପାଟନାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଲାଠି ଚାର୍ଜ, ବିଜେପି ନେତା ବିଜୟ କୁମାର ସିଂହଙ୍କ ହତ୍ୟା ବିରୋଧରେ ବିଜେପି ସେଠାରେ ଆଜି କଳା ଦିବସ ପାଳନ କରୁଛି । ବିଜେପି ବିଧାୟକ ସଦନରେ କଳା ଗାମୁଛା ଧରି ପ୍ରଦର୍ଶନ କରିଥିଲେ । ଗୃହରେ ଏହାକୁ ନେଇ ହଙ୍ଗାମା ହୋଇଥିଲା । ପରେ ଗୃହକୁ ସ୍ଥଗିତ ରଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/jdsjsjjs.jpg)