କନକ ବ୍ୟୁରୋ : ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳି । ଏଭଳି ଅଭିଯୋଗ ଆଣିଛନ୍ତି ଜିମନାଷ୍ଟିକ ରିିତିକା ଦାସଙ୍କ ମାଆ ମିରାରାଣୀ ଦାସ । ରିତିକା ହେଉଛନ୍ତି ୨୦୨୧-୨୨ ମସିହାରେ ଜିମନାଷ୍ଟିକରେ ରାଜ୍ୟ ଚାମ୍ପିୟନ । ଏମିତିକି ୬ ଥର ଓପନ ନ୍ୟାସନାଲ ମଧ୍ୟ ଖେଳିସାରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରହିଛି ଜିମନାଷ୍ଟିକର ହାଇପର୍ଫମାନ୍ସ ସେଂଟର ଯେଉଁଥିରେ ରିତିକା ଏବେ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି । କଟକ ଡିଇଓ ଏବଂ ଆପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ ହୋଇଛି ।
ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳୀ
/kanak/media/post_attachments/wp-content/uploads/2023/09/28-13.jpg)